ବାବା ଆମ୍ବେଦକରଙ୍କ ୧୩୧ତମ ଜନ୍ମ ବାର୍ଷିକ ପାଳନରେ ଆଦିବାସୀ, ଦଲିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘ ପକ୍ଷରୁ ବନ୍ଧୁ ମିଳନ

ରିପୋର୍ଟ -ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର-(ତା-୧୪-୪-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିକଟସ୍ଥ ନାରାୟଣ ପୁର କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ,ଦଲିତ ଓ ପଛୁଆ ବର୍ଗ ଶିକ୍ଷକଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିକ୍ଷକ ବନ୍ଧୁ ମିଳନ ଉତ୍ସବରେ ବାବା ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପାଞ୍ଜଳି ଦେଇ ସଭା କାର୍ଯ୍ୟ ଆରମ୍ବ କରିଥିଲେ।

ଏହି ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ମଞ୍ଚାସିନ ହୋଇଥିବା ବେଳେ ସମ୍ମାନ ଅତିଥି ଭାବେ ବିଜୟ କୁମାର ସେଠୀ ଏବଂ ଏନ ମାଧବ ରାଓ ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘ ର ବ୍ଳକ ସଭାପତି ବିଶ୍ଵନାଥ କାଡ୍ରାକା , ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘ ର ସମ୍ପାଦକ ରାମନାଥ କାଡ୍ରାକା ମଞ୍ଚା ସିନ ଥିବାବେଳେ ନାରାୟଣ ପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମଞ୍ଚା ସିନ ଥିଲେ। ଏହି ଶିକ୍ଷକ ସଂଘ ବନ୍ଧୁ ମିଳନ ଉତ୍ସବ ରେ ଡାକ୍ତର ବାବା ସାହେବ ଆମ୍ବେଦକର ଙ୍କ ୧୩୧ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରିଥିଲେ। ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବାବା ସାହେବ ଙ୍କ ପ୍ରତିଭା ଉପରେ ଭକ୍ତବ୍ୟ ଦେଇଥିଲେ। ସେହିପରି ମଞ୍ଚା ସିନ ଥିବା ସମସ୍ତ ଶିକ୍ଷକ ମାନେ ଆମ୍ବେଦକର ଙ୍କ ଆଇନ ଲାଗୁ କରିଥିବା ବିଷୟରେ ଉପରେ ଭକ୍ତବ୍ୟ ଦେଇଥିଲେ। ବ୍ଲକରେ ମୋଟ ଆଦିବାସୀ ଦଲିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୦୦ ଜଣ ଥିବା ବେଳେ କୋଭିଡ଼ କଟକଣା ନିୟମ କୁ ଦୃଷ୍ଟି ରଖି ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘ ର ସଭାପତି କହିଥିଲେ ଯେ ଆଗାମୀ ୨୦୨୨ ବେଳକୁ ରେଗୁଲାର ଶିକ୍ଷକ ମାନଙ୍କ ଅନୁଦାନ ରୁ ଯେକୌଣସି ଗୋଟିଏ ସ୍ଥାନରେ ଡାକ୍ତର ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୃତ୍ତି ସ୍ଥାପାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ମାନେ ଏକ ମତ ହୋଇ ନିଜେ ନିଜେ ୧୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ପ୍ରକାଶ କରିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: