ବାଦିଗୁଡା ପଂଚାୟତ ପୋଖରୀକୁ ନେଇ ବିବାଦ, ପୋଲିସ ମୁତୟନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୪/୧୨): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ତଥା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ବାଦିଗୁଡା ଗାଁ ରେ ଥୁବା ଏକ ପଂଚାୟତ ପୋଖରୀ କୁ ନେଇଁ ବିବାଦ ଦେଖାଦେଇଛି । ପଂଚାୟତ ପୋଖରୀକୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ନିଜସ୍ୱ ସମ୍ପତି କହୁଥୁବା ବେଳେ ଗ୍ରାମବାସୀ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଦୀର୍ଘ ବର୍ଷରୁ ଏହି ବିବାଦ ଲାଗି ରହିଛି । ହେଲେ ଆଜି ନନ୍ଦାହାଣ୍ଡି ତହସିଲଦାର ହିମାଂଶୁ ଶେଖର ଙ୍କ ଉପସ୍ଥିତି ରେ ପୋଖରୀ ଜାଗା ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଛି ! ଗ୍ରାମବାସୀ ଓ ଭୋଗ ଦାଖଲ ରେ ଥୁବା ପରିବାର ଙ୍କ ଉପସ୍ଥିତି ରେ ଜମି ଚି଼ହ୍ନଟ ହୋଇଥୁବା ବେଳେ ମେଣ୍ଟ୍ରି ପଂଚାୟତ ରେକର୍ଡ ପୋଖରୀଟି ରହିଥୁବା ଜଣାପଡିଛି ।

ସୂଚନା ଅନୁଯାୟୀ ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ବାଦିଗୁଡା ଗ୍ରାମରେ ପ୍ରାୟ ୨୦୦ ବର୍ଷ ପୂର୍ବରୁ ହିରା ନାୟକ ପୋଖରୀ ଅବସ୍ଥିତ । ହିରିଲିଆ ଗୁଡା ଗ୍ରାମର ହିରା ନାୟକ ଦୀର୍ଘ ବର୍ଷ ଧରି ଏହି ପୋଖରୀ ଭୋଗ ଦାଖଲ କରି ଆସୁଥିଲେ । ତେବେ ତାଙ୍କ ନାମରେ ପୋଖରୀ ର କୌଣସି ରେକର୍ଡ ପତ୍ର ବାଥିବା କାରଣରୁ ମେଣ୍ଟ୍ରି ପଂଚାୟତ ଅଧୀନରେ ପୋଖରୀ ଟି ରହିଛି । ଏମିତି କି ପଂଚାୟତ ରେକର୍ଡ ରେ ମଧ୍ୟ ପୋଖରୀ ନାମରେ ୨.୭୪ ଏକର ଜମି ରହିଛି ! ମେଣ୍ଟ୍ରି ମୌଜା, ଖାତା ନଂ ୮୨ ପ୍ରକାରେ ପ୍ଲଟ ନଂ ୩୭୩ ଓ ୩୭୫ ବନ୍ଧ ହୁଡ଼ା ବାବଦରେ ୭୪ ସେଣ୍ଟ ଏବଂ ପ୍ଲଟ ନଂ ୩୭୪ ପ୍ରକାରେ ହୀରା ନାୟକ ପୋଖରୀ ଜମି ୨ ଏକର ଏଭଳି ମେଣ୍ଟ୍ରି ପଂଚାୟତ ରେକର୍ଡ ରେ ୨.୭୪ ଏକର ଜମି ରହିଥିବା ପଂଚାୟତ ରେକର୍ଡ ସୂତ୍ରରୁ ପ୍ରକାଶ । ଗତ କିଛିବର୍ଷ ହେଲା ଏହି ପୋଖରୀ କୁ ନେଇଁ ବିବାଦ ଦେଖାଦେଇଛି । ହିରା ନାୟକ ଙ୍କ ଉତ୍ତରାଧିକାରୀ ଏହି ପୋଖରୀ ଆମର ବୋଲି ଦାବି କରୁଛନ୍ତି । ପୋଖରୀ କୁ ଗ୍ରାମବାସୀ ଗାଧୋଇବା ତଥା ଶୌଚ ହେବାକୁ ଗଲେ ହିରା ନାୟକ ଙ୍କ ଉତ୍ତରାଧିକାରୀ ବାରଣ କରୁଥୁବା ଅଭିଯୋଗ ହୋଇଛି । ତେବେ ଗତବର୍ଷ ଏହି ପୋଖରୀ କୁ ପଂଚାୟତ ପକ୍ଷରୁ ନିଲାମ ରେ ଦିଆଯାଇଥିବା ବେଳେ ଗ୍ରାମବାସୀ ମାଛ ଚାଷ କାଟିଥିଲେ । ଗ୍ରାମବାସୀ ମାଛ ଧରିବା ସମୟରେ ମଧ୍ୟ ଭୋଗ ଦାଖଲ ରେ ଥିବା ପରିବାର ଏବଂ ଗ୍ରାମବାସୀ ଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏଣୁ ବିବାଦ କାରଣରୁ ଚଳିତ ବର୍ଷ ଉକ୍ତ ପୋଖରୀ କୁ ପଂଚାୟତ ପକ୍ଷରୁ ନିଲାମ ରେ କାହାରିକୁ ଦିଆଯାଇନାହିଁ । ଅପର ପକ୍ଷରେ ପୋଖରୀ ଟି ପୋତି ହେବା ସହ ଅନାବନା ଘାସ ବୁଦା ରେ ପରିଣତ ହୋଇଛି । ଏଣୁ ପୋଖରୀ ର ପୁନଃ ଉଦ୍ଧାର କରିବାକୁ ଗ୍ରାମବାସୀ ବାରମ୍ବାର ଦାବି କରୁଛନ୍ତି । ହେଲେ ବିବାଦ କାରଣରୁ ପୋଖରୀ ର ପୁନଃ ଉଦ୍ଧାର ହୋଇପାରୁନି । ପଂଚାୟତ କତୃପକ୍ଷ ପୋଖରୀ ପୁନଃ ଉଦ୍ଧାର ପାଇଁ ପଦକ୍ଷେପ ନେଲେ ହିରନ ନାୟକ ଙ୍କ ଉତ୍ତରାଧିକାରୀ ଏହାକୁ ବାରଣ କରୁଥିବା ଯୋଗୁଁ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ସମ୍ପୃକ୍ତ ଗ୍ରାମବାସୀ ଏ ସମ୍ପର୍କରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇ ପଂଚାୟତ ପୋଖରୀ ଚି଼ହ୍ନଟ କରି ଲୋକଙ୍କ ସେବାରେ ଲଗାଯିବା ପାଇଁ ଅନୁରୋଧ ଜରିଛନ୍ତି । ତେବେ ଆଜି ଜିଲ୍ଲା ପ୍ରଶାସନ ର ନିର୍ଦେଶ ପ୍ରକାରେ ନନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ମେହେର,ରାଜସ୍ବ ନିରୀକ୍ଷକ କୈଳାଶ ଭତରା, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ ନାୟକ, ଏସ. ଆଇ ପର୍ଶୁରାମ ସାହୁ, ଏସ. ଆଇ ପ୍ରସନ୍ନ କୁମାର ନାୟକ ଙ୍କ ଉପସ୍ଥିତି ରେ ପୋଖରୀ ଜମି ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଛି ।ଗ୍ରାମରେ ଉତେଜନା କୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ ପୋଖରୀ ର ପୁନଃ ଉଦ୍ଧାର କରାଗଲେ ଗ୍ରାମବାସୀ ଙ୍କ ସେବାରେ ଲାଲାଗିପରିବ ବୋଲି ଗ୍ରାମବାସୀ ଦୃଡ଼କ୍ତି ପ୍ରକାଶ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: