ବାତ୍ୟା ୟାସ୍’ ସମୟରେ ରିପୋର୍ଟରଙ୍କ ସହ ଓଡ଼ିଆ ଯୁବକଙ୍କ ଆଲୋଚନାର ଭିଡିଓ ଭାଇରାଲ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୨୭/୦୫) : ବାତ୍ୟା ୟାସ୍’ବେଳେ ରିପୋର୍ଟିଂ କରୁଥିବା ଏକ ରିପୋର୍ଟର ଜଣେ ଯୁବକଙ୍କୁ ଅଟକାଇ କିଛି ପ୍ରଶ୍ନ କରିଥିଲେ । ଉକ୍ତ ବ୍ୟକ୍ତି ଖୁବ୍ ମଜାଳିଆ ଅନ୍ଦାଜରେ ଦେଇଥିଲେ ଉତ୍ତର । ବାତ୍ୟା ୟାସ୍’ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଖୁବ୍ ଜୋରରେ ପବନ ବହୁଥିଲା । ଏଭଳି ଖରାପ ପାଗରେ ନକ୍ସତ୍ର ନୁ୍ୟଜ ରିପୋର୍ଟର ଜଣେ ବ୍ୟକ୍ତିଙ୍କୁ ବାହାରେ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ।

ରିପୋର୍ଟର ପ୍ରଶ୍ନ କରିଥିଲେ, ଖୁବ୍ ଜୋରରେ ପବନ ବହୁଛି, ବାତ୍ୟା ଆସୁଛି । ଏଭଳି ପାଗରେ ତୁମେ କାହିଁକି ବାହାରେ ବୁଲୁଛ ? ଏହାର ଉତ୍ତରରେ ଯୁବକ କହିଥିଲେ, ମୁଁ ତୁମ ପାଇଁ ବାହାରକୁ ଆସିଛି । ତୁମେ କାହିଁକି ବାହାରକୁ ବାହାରିଛ ବୋଲି ଓଲଟା ପ୍ରଶ୍ନ କରିଥିଲେ । ପ୍ରତି ଉତ୍ତରରେ ନୁ୍ୟଜ କଭର କରିବା ପାଇଁ ବାହାରକୁ ଆସିଥିବା କହିଥିଲେ ରିପୋର୍ଟର । ଯୁବକଙ୍କ ପାଖରେ ଏହାର ମଧ୍ୟ ଉତ୍ତର ଥିଲା । ସେ କହିଥିଲେ, ଆମେ ଯଦି ବାହାରକୁ ନ ବାହାରିବୁ ନୁ୍ୟଜରେ ଆପଣ କାହାକୁ ଦେଖାଇବେ । ଏହି ଘଟଣାର ଭିଡିଓ କ୍ଲିପ ନକ୍ସତ୍ର ନୁ୍ୟଜ ପକ୍ଷରୁ ଫେସବୁକରେ ବୁଧବାର ଶେୟାର କରାଯାଇଥିଲା । ଏହାକୁ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ଟୁଇଟରରେ ଶେୟାର କରିଥିଲେ । ତା’ ପରଠାରୁ ଏହି ଭିଡିଓ ସୋସସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିି । ଏହାକୁ ୬ ହଜାର ଲାଇକ୍ସ ମିଳିସାରିଥିବାବେଳେ ୭୬ ହଜାର ୟୁଜର୍ସ ଦେଖିସାରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: