ବାତ୍ୟା ପାଇଁ ପ୍ରସ୍ତୁତ ସମ୍ପୁର୍ଣ୍ଣ ଅଛି ସ୍ୱାସ୍ଥ୍ୟ ବିଭାଗ: ବିଜୟ ମହାପାତ୍ର

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର (୨୫/୦୫): ବାତ୍ୟା ୟସ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ସ୍ୱାସ୍ଥ୍ୟ ବିଭାଗ । ଗାଇଡଲାଇନ ଅନୁଯାୟୀ ସବୁ କାର୍ଯ୍ୟ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି । ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରିବା ସହ ଜରୁରୀକାଳୀନ ସେବା ଯୋଗାଇବା ଓ ପୂର୍ବ ସମସ୍ତ ଚିକିତ୍ସିତଙ୍କୁ ସେବା ପ୍ରାଥମିକତା ଦିଆଯାଇଛି । ଏଥର କୋଭିଡ ପରିସ୍ଥିତି ଥିବାରୁ ବିଭାଗର ଆଗରେ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଲଜିଷ୍ଟିକ ମହଜୁଦ ରଖାଯାଇଛି । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଏପଟେ ପ୍ରଭାବିତ ହେବାକୁ ଥିବା ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଶାହା ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ଏସଆରସି ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୀକ୍ଷା ବୈଠକରେ ଅକ୍ସିଜେନ, ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ଶାହା । କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ଶାହା । ଏହାବାଦ୍ ବିଜୁଳି କଟିଗଲେ ବିକଳ୍ପ ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ଶାହା ।

Welcome to Odisha News24

error: Content is protected !!
%d bloggers like this: