ବାତ୍ୟା ପରେ ପରେ ମୟୁରଭଞ୍ଜ ଜିଲ୍ଲାକୁ ବନ୍ୟାର ଭୟ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୨୭/୦୫): ବାତ୍ୟା ପରେ ଏବେ ଭୟ ବଢାଇଛି ବନ୍ୟା । ୟାସ୍ ଏବେ ଲ୍ୟାଣ୍ଡଫଲ କରିସାରିଥିବା ବେଳେ ଏହାର ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ହେଉଛି । ଯାହାର ପ୍ରଭାବରେ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିଥିବା ବେଳେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷକରି ଏହି ବନ୍ୟା ହେଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଆଜି ଜିଲ୍ଲାରେ ହାରାହାରି ୬୨.୬୫ ମିମି ବର୍ଷା ରେକର୍ଡ କରାଯାଇଛି । କୁସୁମୀ ବ୍ଲକ ରେ ସର୍ବାଧିକ ୩୦୪ ମିମି ବର୍ଷା ହେଇଛି । ଯାହାକି ସମଗ୍ର ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ଶିମିଳିପାଳ ଉପର ମୁଣ୍ଡରେ ବର୍ଷା ବଢ଼ୁଥିବାରୁ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଏବଂ ଅନ୍ୟାନ୍ୟ ନଦୀର ଜଳସ୍ତର ବଢିବା ଆଶଙ୍କା ଦେଖାଦେଇଛି । ଯଦିଓ ଆଜି ସକାଳ ସୁଦ୍ଧା ଜିଲ୍ଲାର ବିଭିନ୍ନ ନଦୀ ଜଳସ୍ତର ସ୍ଥିର ଅଛି । ତଥାପି ଏନେଇ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ବାରିପଦାଠାରେ ଜଳସ୍ତର ୨୧ ଫୁଟରେ ଅଛି । ୬ ମିଟର ବିପଦ ସଂକେତ ତଳେ ଅଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଳଙ୍ଗ ନଦୀ ପାଖର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଆଗାମୀ ୧୨ ଘଂଟା ନୀଳଗିରି ଓ ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଏମଡିର ସୂଚନା ଅନୁସାରେ ଘଂଟା ପ୍ରତି ୧୩୦ ରୁ ୧୪୫ କିଲୋମିଟର ବେଗରେ ପବନ ବହିଥିଲା । ସରକାରୀ ଆଶ୍ରୟ ସ୍ଥଳରେ ଥିବା ଲୋକ ଙ୍କୁ ଗତକାଲି ରାତିରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ଆଶ୍ରୟ ସ୍ଥଳରେ କୋଭିଡ କଟକଣା ମାନିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇପଡିଛି । ଆଗାମୀ କିଛି ଘଂଟା ଜିଲ୍ଳା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା କହିଛନ୍ତି ଜିଲ୍ଲାପାଳ । ଗତ ଅମ୍ଫାନ ବାତ୍ୟାରେ ଜିଲ୍ଲା ର ବାରିପଦା ଭଳି କିଛି ସ୍ଥାନରେ ପାଣି ପଶି ଯାଇଥିଲା । ଫାଇଲିନ, ଫନି ଓ ଅମ୍ଫାନ ବାତ୍ୟାର ଭୟାବହତାକୁ ଭୁଲିନଥିବା ମୟୂରଭଞ୍ଜବାସୀଙ୍କ ପାଇଁ ବାତ୍ୟା ୟାସ ପୁନର୍ବାର ଭୟ ସଂଚାର କରିଛି ।

Welcome to Odisha News24

error: Content is protected !!
%d bloggers like this: