ବାତ୍ୟାରେ ବି ଚାଲୁ ରହିଲା ଅକ୍ସିଜେନ ଯୋଗାଣ; ବାଟ କଢାଇବାରେ ସାହାଯ୍ୟ କଲା ଓଡ୍ରାଫ୍ ଟିମ୍

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୨୭/୦୫): ସାରା ଦେଶରେ ଏବେ କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହି ରୋଗର ଚିକିସôା ପାଇଁ ଅକ୍ସିିଜେନର ଆବଶ୍ୟକତା ବୃଦ୍ଧି ପାଇଛି । ଅକ୍ସିଜେନ ଅଭାବରୁ ବହୁ ଲୋକଙ୍କ ମୃତୁ୍ୟ ମଧ୍ୟ ହେଉଛି । ଏଭଳି ସଙ୍କଟ ସମୟରେ ଅନ୍ୟ ରାଜ୍ୟଗୁଡିକୁ ଅକ୍ସିଜେନ ଯୋଗାଉଛି ଓଡ଼ିଶା । ଓଡ଼ିଶାରୁ ପ୍ରସ୍ତୁତ ହେଉଥିବା ଅକ୍ସିଜେନ ଚାଲାଣ ଯୋଗୁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଉଛି । ଏପରି ସ୍ଥଳେ ବାତ୍ୟା ୟାସ୍ ଯୋଗୁ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କ ରହିଥିଲା । ହେଲେ ବାତ୍ୟା ସତ୍ତ୍ୱେ ବି ଅକ୍ସିଜେନ ଯୋଗାଣ ଜାରି ରହିଛି । ଓଡ଼ିଶା ପୁଲିସ ଯୋଗୁ ଅକ୍ସିଜେନ ଚାଲାଣ କ୍ଷେତ୍ରରେ କୌଣସି ଅସୁବିଧା ହୋଇନାହିଁ । ବିଶେଷ କରି ଓଡ଼ିଶା ଡିଜାଷ୍ଟର ରେପିଡ ଆକ୍ସନ ଫୋର୍ସ(ଓଡ୍ରାଫ୍ ) ଟିମ୍ ଏହି ଅକ୍ସିଜେନ ଚାଲାଣ ଗାଡି ଗୁଡିକୁ ବାଟ କଢାଇବାରେ ସହାୟକ ହୋଇଛି ।

ଏବେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ରାଉରକେଲା, ଯାଜପୁର ଜିଲ୍ଲା କଳିଙ୍ଗ ନଗର ଏବଂ ଢେଙ୍କାନାଳ, ଅନୁଗୋଳ ଜିଲ୍ଲାରୁ ମେଡିକାଲ ଅକ୍ସିଜେନ ଓଡ଼ିଶା ବାହାରକୁ ପଠାଯାଉଛି । ତେଣୁ ବାତ୍ୟା ପୂର୍ବରୁ ପ୍ରଭାବିହେବାକୁ ଥିବା ଜିଲ୍ଲା ବିଶେଷ କରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରପଡା ଜିଲ୍ଲାର ଏସ୍ପିମାନଙ୍କୁ ଅକ୍ସିଜେନ ଚାଲାଣରେ ଯେପରି କୌଣସି ସମସ୍ୟ ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ଅକ୍ସିଜେନ ଗାଡି ଯାଉଥିବା ବେଳେ ଗ୍ରୀନ କରିଡର ପ୍ରସ୍ତୁତ କରିବାକୁୂ ଏସ୍ପିଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ତେଣୁ ଏସ୍ପିମାନେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଯୋଗାଣ ଜାରି ରଖିବା ପାଇଁ ଓଡ୍ରାଫ୍ ଟିମ୍ ମୁତୟନ କରିଥିଲେ । ସୂଚନା ପାଇବା ମାତ୍ରେ ସେମାନେ ବାଟ କଢାଇବା ପାଇଁ ଅକ୍ସିଜେନ ଗାଡି ପାଖରେ ପହଞ୍ଚି ଯାଉଥିଲେ । ଯେଉଁଠି ଗଛ ପଡି ରାସ୍ତା ବନ୍ଦ ହୋଇଥିଲା ସେସବୁକୁ ସଫା କରୁଥିଲେ । ଏନେଇ ଏଡିଜି ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।

ବାତ୍ୟା ଲ୍ୟାଣ୍ଡଫଲ କରିବାକୁ କିଛି ସମୟ ପୂର୍ବରୁ ଏବଂ କିଛି ସମୟ ପରେ ଅକ୍ସିଜେନ ଗାଡି ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଥିଲା । ଗାଡିଗୁଡିକୁ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ କୁହାଇଥିଲା । ବାତ୍ୟା ଲ୍ୟାଣ୍ଡଫଲ ଶେଷ ହେବାର ଅଧ ଘଣ୍ଟା ପରେ ପୁଣି ଚଳାଚଳ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ବିଗତ ମାସଟେ ମଧ୍ୟରେ ଓଡ଼ିଶା ପୁଲିସର ସହାୟତା ଯୋଗୁ ଓଡ଼ିଶାରୁ ମୋଟ ୧୧୬୭ଟି ଅକ୍ସିଜେନ ଟ୍ୟାଙ୍କରକୁ ବାଟ ବଢାଇବା ସହ ଅନ୍ୟ ରାଜ୍ୟର ବୋଡର ପାଖରେ ପହଞ୍ଚାଇବାରେ ସହାୟତା କରିଛି । ମାସଟେ ମଧ୍ୟରୁ ୨୧୪୭୮ ମ୍ୟାଟ୍ରିକ୍ ଟନ୍ ମେଡିକାଲ ଅକ୍ସିଜେନ ଅନ୍ୟ ରାଜ୍ୟ ବିଶେଷ କରି ମଧ୍ୟ ପ୍ରଦେଶ, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ବିହାର, ପଞ୍ଜାବ, ତାମିଲ ନାଡୁ, କର୍ଣ୍ଣାଟକ, ଚଣ୍ଡିଗଡ, ହରିଆନାକୁୁ ଚାଲାଣ କରାଯାଇଛି । ସେହିପରି ଓଡ଼ିଶାର ବିଭିନ୍ନ କୋଭିଡ ହସ୍ପିଟାଲକୁ ମଧ୍ୟ ମେଡିକାଲ ଅକ୍ସିଜେନ ଚାଲାଣରେ ଓଡ଼ିଶା ପୁଲିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ।

Welcome to Odisha News24

error: Content is protected !!
%d bloggers like this: