ବାଇଗଣ ବୋଝେଇ ପିକ୍ ଅପ୍ ଗାଡିରୁ ଗଞ୍ଜେଇ ଜବତ୍, ୫ ଗିରଫ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ ୨୯ /୫): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଲଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହାପ।ଲରେ ଗତକାଲି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଗୋଟିଏ ବାଇଗଣ ବୋଝେଇ ପିକ୍ ଅପ୍ ଗାଡିରୁ ୪୦ କିଲୋଗ୍ରାମ ପରିମାଣର ଗଂଜେଇ ବାଉଁଶୁଣୀ ପୋଲିସ ଜବତ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି |

କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସୁବାଷ ରାୟଗୁରୁଙ୍କ ତତ୍ୱାବଧାନରେ ଗଂଜେଇ ସହ ଗାଡିକୁ ଥାନାକୁ ନେଇ ବାଉଁଶୁଣୀ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି | ଜବତ୍ ହୋଇଥିବା ପିକ୍ ଅପ୍ ଡବ୍ଲୁ ବି ୯୫ ୧୬୯୪ ରେ ତଳେ ଗଂଜେଇ ରଖି ଉପରେ ବାଇଗଣ ରଖା ଯାଇଥିଲା | ଗଂଜେଇ ନେଇ କଲିକତାକୁ ଯାଉଥିବା ଜଣା ପଡିଛି | ଏ ମାମଲାରେ ୫ ଜଣ ଆନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀ ଗିରଫ ହୋଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: