ବାଇକ ସହ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରିଗୁଡା (୦୪/୦୨): ବୈପାରୀଗୁଡା ଥାନା ଅନ୍ତର୍ଗତ ଘସର୍ଡା ଠାରେ ଅଭବନୀୟ ଘଟଣା ଦେଖିବାକୁ ମିଳିଛି l ଟ୍ରକ ସହ ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି l ଜୟପୁର ବୈପାରୀଗୁଡା ସଂଯୋଗ କରୁଥିବା ରାସ୍ତାର ଘସର୍ଡା ଛକରେ ଏହି ଘଟଣା ଘଟିଛି l ମୃତ ମହିଳା ଜଣକ କଷିଗୁଡ଼ା ଗ୍ରାମର ଚଞ୍ଚଳା କତଲି ବୋଲି ଜଣା ପଡିଛି l

ସୂଚନା ଅନୁଯାୟୀ ଆଜି କଷିଗୁଡ଼ାର ଚଞ୍ଚଳା କତଲି ନିଜ ପୁଅ ହରି କତଲିଙ୍କ ସହ ଜୟପୁର ଆଡୁ ଫେରୁଥିବା ବେଳେ ହଠାତ ବିପରୀତ ଦିଗରୁ ଗୋଟିଏ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଚଞ୍ଚଳl ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଆହତ ଯୋଗୁଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି l ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଚଞ୍ଚଳାଙ୍କ ଶବକୁ ବୈପାରିଗୁଡା ପଠେଇବାର ବ୍ୟବସ୍ଥା କରିଛନ୍ତି।ଖବର ପାଇ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡିଛି l ବୈପାରୀଗୁଡା ପୋଲିସ ପକ୍ଷରୁ ଏସ୍ଆଇ ଘାସିରାମ ସେଠୀ, ଏସ୍ଆଇ ନରସିଂହ ପାଢ଼ୀ, ହାବିଲଦାର ସଂତୋଷ କୁମାର ପାତ୍ର ଏବଂ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।

Welcome to Odisha News24

error: Content is protected !!
%d bloggers like this: