ସାଧାରଣ ଜନତାଙ୍କ ସ୍ୱର

ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ପରିଚୟ ମିଳୁନି

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର-(ତା୨୮-୪-୨୧ରିଖ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ଧାମଲିମା ଗାଁ ନିକଟରେ ବାଇକ ଧକ୍କାରେ ଯୁବକର ମୃତ୍ୟୁ ହୋଇଛି ।ଏହାର କୌଣସି ପରିଚୟ ଆଜି ପର୍ଯ୍ୟନ୍ତ ମିଳି ନଥିବା ପୁଲିସ ସୂଚନା ଦେଇଛି ।

ଗତ୨୪ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଶିକରପାଇ ଠାରୁ ରାୟଗଡା ଯିବା ମୁଖ୍ୟ ସଡକ ରେ ଜଣେ ଯୁବକ ଚାଲିଚାଲି ଯାଉଥିବା ବେଳେ ପଛ ପଟରୁ ଏକ ବାଇକ ନମ୍ବର ଓଆର ୧୮ ବି ୬୧୩୨ ରେ ୨ଜଣ ଯୁବକ ଆସି ଧକ୍କା ଦେଇଥିଲା ।ଯାହା ଫଳରେ ଯୁବକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଉକ୍ତ ଖବର ପାଇ ଥାନା ଏସ ଆଇ ଡି କେ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ।ଦୁର୍ଘଟଣା କାରୀଙ୍କୁ ପୁଲିସ ଗିରଫ କରିଛି ।କିନ୍ତୁ ମୃତ୍ୟୁ ଯୁବକର କୌଣସି ପରିଚୟ ମିଳି ନ ଥିବାରୁ ଶବ ବ୍ୟବଚ୍ଛେଦ କରି ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖାଯାଇଛି ।ଯଦି ମୃତ ଯୁବକର ପରିଚୟ ମିଳେ ତାହା ହେଲେ ଫୋନ ନମ୍ବର ୮୬୫୮୬୨୪୦୨୦,୮୭୬୩୭୦୦୪୬୯ରେ ଯୋଗାଯୋଗ କରିବାକୁ ପୁଲିସ ସୂଚନା ଦେଇଛି

Welcome to Odisha News24

%d bloggers like this: