ସାଧାରଣ ଜନତାଙ୍କ ସ୍ୱର

ବାଇକ ଦୁର୍ଘଟଣା, ଜଣେ ଗୁରୁତର, ଚାଳକ ଫେରାର

ରିପୋର୍ଟ: ମିନା ବେହରା //
ବନ୍ଧୁଗାଁ ତା ୫/୧୨/୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ ଆଲମଣ୍ଡା ଗ୍ରାମ ପଞ୍ଚାୟତର କାତୁଲୁ ପେଟା ଗ୍ରାମ ନିକଟରେ ଆଜି ଜଣ ବୃଦ୍ଧାକୁ ଗାଡି ଧକ୍କା ଦେବାରୁ ଡାହାଣ ଗୋଡ଼ରେ ଆଘାତ ଲାଗି ଗୋଡ ଭାଙ୍ଗିଯାଇଛି |

କାତୁଳୁ ପେଟା ଗ୍ରାମର ଇଟି ସିଉଡି ୬୯ ବର୍ଷ, ନାମକ ବୃଦ୍ଧା ନିଜ ଘରର ଛେଳି ଚରାଇ ଘରକୁ ଫେରୁଥିବା ସମୟରେ ଜଣେ ଲୋକ ଉକ୍ତ ରାସ୍ତା ଦେଇ ହିରୋ ହୋଣ୍ଡା ସ୍ପ୍ଲେଣ୍ଡୋର ପ୍ଲସ ଗାଡି ଏପି ୩୧ ଏନ ୭୫୭୧ ଗାଡିରେ ଯିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ଦେଇ ଉକ୍ତ ବୃଦ୍ଧାକୁ ଧକ୍କା ଦେବାରୁ ତାଙ୍କ ଗୋଡ ଭାଙ୍ଗିଯାଇଛି | ଘଟଣା ସ୍ଥଳରୁ ଚାଳକ ଗାଡି ଛାଡି ଫେରାର ହୋଇଥିବାର ଦେଖିବାକୁ ମିଳିଛି |ଆହତ ବୃଦ୍ଧଙ୍କୁ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରକୁ ପ୍ରଥମେ ନେଇଥିଲେ ଓ ସେଠାରେ ଡାକ୍ତର ଶ୍ରୀ ଦାସ ଦେଖି କୋରାପୁଟକୁ ସ୍ଥାନାନ୍ତର କରିଛନ୍ତି | ବନ୍ଧୁଗାଁ ଥାନରେ ଏକ ଲିଖିତ ଅଭିଯୋଗ କରିଥିବାରୁ, ଉକ୍ତ ବିଷୟକୁ ବନ୍ଧୁଗାଁ ଥାନା ଅଧିକାରୀ ଓ଼ଆଇସି ଶ୍ରୀ ସଭ୍ୟସାଚି ସତପତି ଘଟଣା ସ୍ତଳକୁ ଯାଇ ଗାଡିକୁ ଜବତ କରିଛନ୍ତି I

Welcome to Odisha News24

%d bloggers like this: