ବାଇକ୍ ଦୁର୍ଘଟଣାରେ ଦୁଇ ମଦ୍ୟପ ଯୁବକ ଗୁରୁତ଼ର

ରିପୋର୍ଟ : ସମିର ପାତ୍ର //
କେନ୍ଦୁଝର (୮ା୬): କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ବଡ଼ପୋଶି ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଦୁଇ ମଦ୍ୟପ ଯୁବକ ଗୁରୁତ଼ର ହୋଇଛନ୍ତି।

ଗୁରୁତ଼ର ମାନେ ହେଲେ ଗଦାଧରପୁର ଗ୍ରାମର କମ୍ବୁକାନ୍ତ ଦାଶ ଙ୍କ ପୁଅ ମୃତ୍ୟୁଞ୍ଜୟ ଦାସ(୨୪)ଓ ଗଗନ ଦଳେଇ ଙ୍କ ପୁଅ ଦୀପକ କୁମାର ଦଳେଇ(୨୦)।ଘଟଣାରୁ ପ୍ରକାଶଯେ,ଆଜି ଉଭୟ କୈାଣସି ସ୍ଥାନକୁ ଯାଉଥିବାବେଳେ ବାଇକ୍ ସହିତ଼ ରାସ୍ତା ଉପରେ ପଡ଼ିଯାଇଥିଲେ।ରାସ୍ତାପାର୍ଶରେ ଥିବା ସିମେଣ୍ଟ ବ୍ୟାରିକେଡ଼ ରେ ଦୁହେଁ ପଡ଼ିଯିବାରୁ ସେମାନଙ୍କର ମୁଣ୍ତଫାଟି ଯାଇଥିଲା।ତ଼େବେ ସେହି ରାସ୍ତାଦେଇ କାର୍ ରେ ଜଣେ ଭଦ୍ରବ୍ୟକ୍ତି ଆସୁଥିବାବେଳେ ଗୁରୁତ଼ର ଙ୍କୁ ମୁର୍ମଷ ଅବସ୍ଥାରେ ପଡ଼ିଥିବା ଦେଖି ସେମାନଙ୍କୁ ଆଣି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: