ସାଧାରଣ ଜନତାଙ୍କ ସ୍ୱର

ବାଇକ୍ ଦୁର୍ଘଟଣାରେ ଜଣେ ଛାତ୍ର ମୃତ ଓ ଜଣେ ଛାତ୍ର ଆହତ

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର ୦୧/୩/୨୧): ବାରମ୍ବାର ପ୍ରଶାସନର ତାଗିଦ୍ ପରେ ଛୋଟ୍ ଛୋଟ ପିଲାମାନେ ଗାଡ଼ି ଚଳାଇ ଦୁର୍ଘଟଣାର ଶିକାର ହେବା ଏବେ ସାଧାରଣ ଘଟଣା ହେଇଯାଇଛି | ଏଭଳି ଏକ ଘଟଣା ଆଜି ଦିବା ୧୦ ଘଣ୍ଟିକ ସମୟେ ନନ୍ଦପୁର ଥାନା ଅନ୍ତର୍ଗତ ଚିଲି ପୁଟ ମୋଡ ନିକଟରେ ଘଟି ଜଣେ ମୃତ ଓ ଆଉ ଜଣେ ଆହତ ହୋଇଥିବା ଖବର ମିଳିଛି |c823c268 3ee9 44f5 af0b fb7cef08fe82

ଖବର ନେବାରେ ଜଣା ପଡ଼ିଛି ଯେ ଆଜି ସକାଳ ୧୦ ଘଣ୍ଟିକା ସମୟେ ୨ଜଣ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ଏକ ବାଇକ୍ ଓ ଆର୧୦ ହେଚ୍ ୪୯୩୯ ଧରି ସ୍କୁଲ ଯିବା ବାହାନାରେ ବୁଲିବାକୁ ବାହାରିଥିଲେ | କିନ୍ତୁ ଦୁର୍ଭାଗ୍ୟ ଚିଲିପୁଟ ମୋଡ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି | ମୃତକ ଜଣକ ନନ୍ଦପୁର ଗ୍ରାମର ଶ୍ରୀ ତପନ କୁମାର ଖେମୁଣ୍ଡ,ପି ତ୍ରିନାଥ,ବୟସ ୧୩ ଗଣି ନାୟକ ପୁଟ ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଓ ଆହତ ଜଣକ ହେଲେ ଶ୍ରୀ ରାଜିତ ଦାସରୀ ଗ୍ରାମ ପାତ୍ର ପଣ୍ଡୀ,ବୟସ ୧୫ ନେତାଜୀ ଉଚ୍ଚ ବିଦ୍ୟାଳୟ ଥୁବା ର ଦଶମ ଶ୍ରେଣୀ ଛାତ୍ର | ଖବର ଶୁଣି ନନ୍ଦପୁର ପୋଲିସ ଏ ଏସ ଆଇ ଶ୍ରୀ ଦୀପକ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ସି ଏଚ ସି କୁ ପଠାଇବା ସହ ମୃତ ଦେହ ଓ ଗାଡ଼ିଟିକୁ ଜବତ କରି ତଦନ୍ତ ଚଳାଇଛି | ମୃତ ଦେହକୁ ପୋଷ୍ଟ ମାେଟମ୍ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନନ୍ଦପୁର ପୋଲିସ ଥାନାଧିକାରୀ ଶ୍ରୀ କପିଳେଶ୍ୱର ବେହେରା ଥାନା କେସ ନଂ ୨୨/୨୦୨୧ ପ୍ରକାରେ ତଦନ୍ତ କରୁଥିବା ଜଣାଇଛନ୍ତି | ଛୋଟ୍ ଛୋଟ ପିଲାମାନଙ୍କୁ କାହିଁକି ଅଭିଭାବକ ମାନେ ଗାଡ଼ି ଚଳାଇବାକୁ ଦେଉଛନ୍ତି, ଏବଂ ଆଗକୁ ଯାନ ବାହନ ଯାଞ୍ଚକୁ ନନ୍ଦପୁର ପୋଲିସ କଡାକଡି କରିବା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କୌଣସି ପିଲା ଗାଡ଼ି ଆଣୁଥିବା ଦେଖିବା ମାତ୍ରେ ଖବର ଦେବାକୁ ଅନୁରୋଧ କରିଛନ୍ତି ।

Welcome to Odisha News24

%d bloggers like this: