ବହୁ ଦିନ ଧରି ସାଙ୍ଗରେ ଥିବା ଉରି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି ୟାମି

ରିପୋର୍ଟ: ସୁଭାସିସ ନାୟକ //
ମୁମ୍ବାଇ (୦୫/୦୬): ବିବାହ ବନ୍ଧନରେ ବାନ୍ଧୀ ହେଲେ ବଲିଉଡ ପରିଚିତ ଅଭିନେତ୍ରୀ ୟାମି ଗୌତମ । ଲକଡାଉନ୍ ଭିତରେ କେବଳ ନିଜ ପରିବାର ଲୋକ ଏବଂ ନିକଟ ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ବହୁ ଦିନ ଧରି ସାଙ୍ଗରେ ଥିବା ଉରି ଫିଲ୍ମ ନିଦେ୍ର୍ଧଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି ୟାମି । ବୈଦିକ ରତିନୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି ।

ଇନଷ୍ଟାଗ୍ରାମରେ ଫଟୋ ସେଆର କରି ନିଜେ ୟାମି ଏହି ସୂଚନା ଦେଇଛନ୍ତି । ଏଥିସହ ବୈବାହିକ ଜୀବନ ସୁଖମୟ ହେବା ପାଇଁ ସେ ନିଜ ଫ୍ୟାନ୍ମାନଙ୍କ ଠାରୁ ଆଶୀର୍ବାଦ ମାଗିଛନ୍ତି । ୟାମିଙ୍କ ପ୍ରସଂଶକମାନେ ତାଙ୍କୁ ତାଙ୍କୁ ସୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି । ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ୟାମୀ ଅନ୍ୟତମ । ‘ବିକି ଡୋନର’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ୟାମୀ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସେ ‘ଉରି’, ‘କାବିଲ’, ‘ସନମ୍ ରେ’, ‘ବାଲା’, ‘ବଦ୍ଲାପୁର’, ‘ଆକ୍ସନ ଜ୍ୟାକ୍ସନ୍’, ‘ସରକାର-୩’, ‘ଗିନି ୱେଡସ୍ ସନ୍ନି’, ‘ଜୁନିନିୟତ୍’, ‘ବତି ଗୁଲ୍ ମିଟର ଚାଲୁ’ ଫିଲ୍ମରେ ନିଜର ଦମ୍ଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ୟାମି । ବଲିଉଡ ବ୍ୟତୀତ ସେ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କହିଛନ୍ତି । ତାଙ୍କର ଅଭିନୟ ଶୈଳୀ ଅନ୍ୟ ଅଭିନେତ୍ରୀଙ୍କ ଠାରୁ ଟିକେ ଅଲଗା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: