ବହୁ ଚର୍ଚ୍ଚିତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର (୦୭/୧୨): ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଅଞ୍ଚଳରେ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ୨୦୧୫ରେ ଗିରଫ ହୋଇଥିଲେ। ଆଶ୍ରମରେ ବିଭିନ୍ନ କେଳେଙ୍କାରୀ, ହତ୍ୟା ମାମଲାରେ ତାଙ୍କୁ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ସେହି ସମୟରେ ଗିରଫ କରିଥିଲା ପୋଲିସ। ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ମହିଳାଙ୍କୁ ବ୍ଲାକ୍‌ମେଲ କରି ଯୌନ ନିର୍ଯାତନା ଦେବା ଭଳି ବହୁ ସଙ୍ଗୀନ ଅଭିଯୋଗ ଥିଲା ତାଙ୍କ ନାଁରେ। ଚଢାଉ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ୨ଟି ପିସ୍ତଲ ଓ ୩ଟି ୯ଏମ୍ଏମ୍ ଗୁଳି ଜବତ କରିଥିଲା। ସୁର ବାବା ୨୦୧୫ ରୁ ୩ ବର୍ଷରୁ ଅଧିକ ସମୟ ଧରି ଝାରପଡା ଜେଲରେ ଥିଲେ। ପରେ ତାଙ୍କୁ କୋର୍ଟ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: