ବଲାରଙ୍ଗା – ସାରଙ୍ଗପାଲି ଠାରେ ୪୦ରୁ ଉର୍ଦ୍ଧ ହାତୀପଲ, ଧାନ ଫସଲ ନଷ୍ଟ : ଲୋକେ ଭୟଭୀତ

ରିପୋର୍ଟ: ଧ୍ରୁବରଜ ମିଶ୍ର //
ବିନିକା(୦୧/୧୨): ଉଲୁଣ୍ଡା ବନ ବିଭାଗ ରେଞ୍ଜ ଅଧିନସ୍ଥ ମାଟୁପାଳି ( ମହିଡୁଙ୍ଗୁରୀ ପର୍ବତ ) ପଟରୁ ମହାନଦୀ ପାର ହୋଇ ଗୁଳାପଡାର ଝରପଡାକୁ ପ୍ରଥମେ ଆସିଥିଲେ ।

ସେଠାରୁ ମହାନଦୀ କୂଳେ କୂଳେ ମଣିଗା ଶ୍ୱସାନ ଘାଟଠାରେ ମୁରମୁ ରୀ ଯୋର ପାର ହୋଇ ଅରିଗାଁ , ଆଖିଦାଦର ଦେଇ ହାତୀପଲ ବଲରଙ୍ଗା – ସାରଙ୍ଗ ପାଳି ଠାରେ ଅଛନ୍ତି । ଏହି ହାତୀପଲ ଯେଉଁ ଧାନ ଓ ପନିପରିବା ଚାଷ ଜମି ଦେଇ ଯାଇଛନ୍ତି ସେହି ଚାଷ ଜମି ଗୁଡିକ ନଷ୍ଟ କରିଦେଇଛନ୍ତି । ପ୍ରାୟ ଦୁଇ ସପ୍ତାହ ହେଲାଣି ଏହି ଅଞ୍ଚଳର ମଣିଗା , ସିନ୍ଦୁରପୁର , ଗଣେଶପୁର କେଉଁଟପଡା , ଡଭଲା , ଗୁଳାପଡା ଝରପଡା ପ୍ରଭୃତି ଗାଁକୁ ଧାନ ଓ ପନି ପାରିବା ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗିଛନ୍ତି । ଏହି ବାବଦରେ ବନ ବିଭାଗ ସତର୍କ ରହିଛନ୍ତି । ଅପରପକ୍ଷରେ ଚାଷୀମାନେ ନିଜ ନିଜ ଧାନଚାଷ ଜମି କୁ ସୁରକ୍ଷିତ ରଖିବା ପାଇଁ ଟିଣ ବଜାଇ, ନିଆ ଜାଳି , ବାଣ ଫୁଟାଇ ହାତୀପଲ କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏଥିପ୍ରତି ସରକାର ଓ ଵିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର କ୍ଷତି ପୂରଣ ଦେବାକୁ ଦାବୀ ହେଉଛି ।

Welcome to Odisha News24

error: Content is protected !!
%d bloggers like this: