ସାଧାରଣ ଜନତାଙ୍କ ସ୍ୱର

ବଲାଙ୍ଗୀର ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

ରିପୋର୍ଟ: ବିମଳେନ୍ଦୁ ସାହୁ //
ବଲାଙ୍ଗୀର (୦୩/୦୪): ଭର୍ଛୁଆଲ ମୋଡ଼ରେ ବଲାଂଗୀର ଜିଲା ଅଧିନ ୧୪ ଟି ବ୍ଲକର ୫୦ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନେଇ ସଙ୍ଘର କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି ।aa141d80 dc29 42f9 942d 3388c6f3f1d9

ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଜ୍ୟୋତିର୍ମୟ ମିଶ୍ର ମନୋନୀତ ହୋଇଥିବା ବେଳେ ସମ୍ପାଦକ-କ୍ଷେତ୍ରମୋହନ ମିଶ୍ର, ଉପ ସଭାପତି -ଉଦୟ ରଂଜନ ରାଉତ ଓ ଲୀଳାମ୍ବର ମେହେର, ସହ ସମ୍ପାଦକ-ଭାଗବତ ଦନ୍ତା ଓ ହୃଦାନନ୍ଦ ହାତୀ, କୋଷାଧ୍ୟକ୍ଷ- ମୃତ୍ୟୁଞ୍ଜୟ ମିଶ୍ର ଓ ସହ କୋଷାଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ପାତ୍ର ମନୋନୀତ ହୋଇଥିଲେ । ଏହି ଭର୍ଛୁଆଲ ବୈଠକରେ କନକରାଜ ବନଛୋର, ବାଲମକୁନ୍ଦ ସାହୁ, ସୋନାଲି ବିଶ୍ୱାଳ, ସୁନିତା ପଟେଲ, ନିରୂପମା ସାହୁ, ପ୍ରଶାନ୍ତ ନାଏକ, ମାନସ ପାତ୍ର, ପରିଲିତା ପଧାନ, ରଂଜିତା ବେହେରା, ତୁଳସୀ ପଟେଲ, ଉମାକାନ୍ତ ଜାଲ, ଶଶୀଭୂଷଣ କୁଅଁର, ଲକ୍ଷ୍ମୀପ୍ରିୟା ଡାଙ୍ଗ, କୁମର ସିଂ, ପିଙ୍କୁ ବିଶି, ଆଲୋକ ବେହେରା, ବିନୋଦ ଦୀପ, ଧନୁର୍ଦ୍ଧର ସୁନା, ମୋତିରାମ ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିଶେଷରେ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

One thought on “ବଲାଙ୍ଗୀର ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Welcome to Odisha News24

%d bloggers like this: