ବଲାଙ୍ଗିର ମାଟିର ବିଶିଷ୍ଟ ଚାଷୀ ନେତା ଡ. ସୁଧିର ପରିଚ୍ଛାଙ୍କ ହାଇଦ୍ରାବାଦରେ ପରଲୋକ

ରିପୋର୍ଟ:ସନ୍ତୋଷ ନାୟକ //
ବଲାଙ୍ଗିର, (୧୮/୦୫) : ବିଶିଷ୍ଟ କୃଷକ ନେତା ଡା.ସୁଧୀର କୁମାର ପରିଚ୍ଛାଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଯକୃତଜନିତ ସମସ୍ୟାର ସମ୍ମୁଖୀନ ହେବା ପରେ ପାଖାପାଖି ଗୋଟିଏ ମାସ ତଳେ ତାଙ୍କ ସଫଳ ଯକୃତ ପ୍ରତ୍ୟାରୋପଣ ହୋଇଥିଲା । ନିୟମିତ ଭାବେ ହାଇଦ୍ରାବାଦରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଜାରି ରହିଥିଲା । ତେବେ ଗତ ୧୬ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଦେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବିଧିର ବିଧାନ ସାମ୍ନାରେ ସବୁକିଛି ଫେଲ୍‌ ମାରିଲା । ଶେଷରେ ଆଜି ଚାଲିଗଲେ ବଲାଙ୍ଗିର ମାଟିର ଜଣେ ବଳିଷ୍ଠ ନେତା ଡା. ସୁଧୀର କୁମାର ପରିଚ୍ଛା । କଂଗ୍ରେସ ଦଳର ସେ ଜଣେ ଟାଣୁଆ ଜନନେତା ଭାବେ ବେଶ୍‌ ଜଣାଶୁଣା ଥିବା ବେଳେ ଅନେକ ରାଜନୈତିକ ତଥା ସାଂଗଠାନିକ କାର୍ଯ୍ୟକ୍ରମରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ତାଙ୍କ ବିୟୋଗରେ ସାରା ବଲାଙ୍ଗିର ସହରରେ ତଥା ଚାଷୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Welcome to Odisha News24

error: Content is protected !!
%d bloggers like this: