ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ କୁ ପହଞ୍ଚିଲା,ଦାଦନ ଶ୍ରମିକ ଯାତାୟତ ଉପରେ ଦୃଷ୍ଟି ଦେବାକୁ ଦାବୀ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗିର,ତା୨୩-୦୩): ବଲାଙ୍ଗୀର ଜିଲ୍ଲା ରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇପଡି ଥିବା ବେଳେ ଦାଦନ ଶ୍ରମିକ ପୂର୍ବ ପରି ଯାତାୟାତ ଲାଗି ରହିଛି । ଅପର ପକ୍ଷରେ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି ।

ଆଜି ୩ ଟି ଆକ୍ରାନ୍ତ ଚିନ୍ହଟ ହୋଇଥିବା ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି । ସମୁଦାୟ ୨୫ ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିନ୍ହଟ ହୋଇଛନ୍ତି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୯ ରୁ ଜଣେ, କଣ୍ଟାବାଞ୍ଜି ଏନ୍‌ଏସି‌ ୱାର୍ଡ ନଂ. ୬ ଏବଂ ୧୨ରୁ ଜଣେ ଲେଖାଏଁ କରୋନା ରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ୨୫ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି । ଏହି ଜିଲ୍ଲା ଦାଦନ ପ୍ରବଣ ହୋଇଥିବା ବେଳେ ଅନେକ ଦାଦନ ଶ୍ରମିକ ନିଜ ଗାଁ କୁ ଫେରିଥିବା ବେଳେ ଅନେକ ପୁନଃ ଏବେ ଯାଉଥିବା ଲାଗି ରହିଛି । ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।

Welcome to Odisha News24

error: Content is protected !!
%d bloggers like this: