ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଶଙ୍କର ପ୍ରସାଦ ମିଶ୍ରଙ୍କୁ ଟିଟିଲାଗଡ ପ୍ରେସ କ୍ଲବ ଏବଂ ଓୟୁଜେ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରିପୋର୍ଟ: ସନ୍ତୋଷ ନାୟକ //
ଟିଟିଲାଗଡ (୦୩/୦୧): କଲମର କାରିଗର ତଥା ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଶଙ୍କର ପ୍ରସାଦ ମିଶ୍ରଙ୍କୁ ସ୍ଥାନୀୟ ମହାଵି୍ର ଧର୍ମଶାଳାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

ଟିଟିଲାଗଡ ପ୍ରେସ କ୍ଲବ ଏବଂ ଓୟୁଜେ ବଲାଙ୍ଗୀର ଶାଖା ତରଫରୁ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥିଭାବେ ଓ ଟିଭି ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ ଶ୍ରୀ ମନୋରଞ୍ଜନ ଯୋଶୀ, ମୁଖ୍ୟ ବକ୍ତା ଡଃ ଛାୟାକାନ୍ତ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଓମ୍ ଭ୍ୟାଲି ସ୍କୁଲର ଅଧ୍ୟକ୍ଷ ବଦ୍ରି ନାରାୟଣ ମିଶ୍ର, ଓୟୂଜେ ବଲାଙ୍ଗୀର ଶାଖା ସଭାପତି ଶ୍ରୀ ଦିପକ ସମାଦ୍ଦାର, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ପରିଡା ମଞ୍ଚାସିନ ଥିଲେ। ଜୁଗାଡୁ ନେତା ନ ହେଇକି ଜୁଝାରୁ ବ୍ୟକ୍ତିତ୍ଵ କୁ ହରାଇଛୁ, ସାଲିସ ଵିହିନ ସାମ୍ବାଦିକତା ପାଇଁ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ, ସାମ୍ବାଦିକ ମାନଙ୍କ ଉତ୍ସାହିତ କରିବାର ସ୍ରୋତ ଥିଲେ ସ୍ଵର୍ଗତ ଶଙ୍କର ମିଶ୍ର ବୋଲି ମୁଖ୍ୟ ଅତିଥି ଶ୍ରୀ ମନୋରଞ୍ଜନ ଯୋଶୀ ନିଜ ବକ୍ତବ୍ୟରେ କହିଥିଲେ।

ମୁଖ୍ୟ ବକ୍ତା ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଶ୍ରୀ ମିଶ୍ରଙ୍କ ଭଳି ନିର୍ଭିକ ସାମ୍ବାଦିକତାର ପରିପ୍ରକାଶ ଅନ୍ୟ ସାମ୍ବାଦିକ ମାନେ କରିପାରିଲେ ତାହା ହେବ ଶ୍ରି ମିଶ୍ରଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଟିଟିଲାଗଡ ଲାୟନ୍ସ କ୍ଲବ ସଭାପତି ଶ୍ରୀ ରତ୍ନାକର ସାହୁ, ବଣିକ ସଂଘ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋୟଲ୍, ଵାର ଆସୋସିଏସନ୍ ସମ୍ପାଦକ ମହେଶ ମହାନ୍ତି, ନାଗରିକ କମିଟି ସମ୍ପାଦକ ମୋହନ୍ ଜୈନ, କବି ଟିକେଲାଲ ବେହେରା, କବି ସଞ୍ଜୟ ଅଗସ୍ତି, ସରପଞ୍ଚ ସଂଘ ସମ୍ପାଦକ ଶ୍ରୀ ହରି ନାରାୟଣ ମିଶ୍ର ଏବଂ ଅନ୍ୟାନ୍ୟ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: