ବରିଷ୍ଠ ନାଗରିକ ସଙ୍ଗର ବାର୍ଷିକ ଉତ୍ସବ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୯/୦୧): ନବରଙ୍ଗପୁର ସ୍ଥାନୀୟ ଆଖଣ୍ଡଳମଣି ଠାରେ ବରିଷ୍ଠ ନାଗରିକ ସଙ୍ଗର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଭାସ୍କର ରୋୟତ,ସମ୍ମାନିତ ଅତିଥି ଭାବେ ତହସିଲଦାର ରବୀନ୍ଦ୍ର ରାଉତ, ସଙ୍ଗ ସଭାପତି ରାଧାନାଥ ବେହେରା, ବରିଷ୍ଠ ସମାଜସେବୀ ତଥା ସଂଘର କୋଷାଧ୍ୟକ୍ଷ ଜଗନ୍ନାଥ ମହାପାତ୍ର ଓ ସମ୍ପାଦକ ବି ରାମ ମୂର୍ତ୍ତି ପଟ୍ଟନାୟକ ମଞ୍ଚାସିନ ଥିଲେ।

ଏହି କାର୍ଯ୍ୟକ୍ରମରେ ଡ଼ଃ ରାଧାନାଥ ବେହେରା ସଭାପତିତ୍ୱ କରିଥିବା ବେଳେ ବି ରାମମୂର୍ତ୍ତି ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ କାର୍ଯ୍ୟାଳୟ ଓ ସମ୍ମିଳନୀ କକ୍ଷ ପାଇଁ ଏକ ସ୍ଥାନ ନିରୂପଣ କରାଯାଇ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସ୍ଵୀକୃତି ପ୍ରାପ୍ତ ନିମନ୍ତେ ନିବେଦନ କରିବା ସହ ଏହାର ଦସ୍ତାବିଜ ହସ୍ତାନ୍ତର କରିବା ବିଷୟରେ ଆଲୋଚନା କରାଯାଇ ଥିଲା । ବରିଷ୍ଠ ନାଗରିକ ମାନଙ୍କ ପାଇଁ କରୋନା ଟୀକା ପ୍ରଦାନ ନିମନ୍ତେ ସ୍ଵତନ୍ତ୍ର ଦିନ ସ୍ଥିର କରିବାକୁ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟ ଅତିଥି ଙ୍କୁ ଅନୁରୋଧ କରାଯାଇଥିଲା । ମୁଖ୍ୟ ଅତିଥି ଅତିଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବରିଷ୍ଠ ସମାଜସେବୀ ତଥା ସଙ୍ଘର କୋଷାଧ୍ୟକ୍ଷ ଜଗନ୍ନାଥ ମହାପାତ୍ର ସଙ୍ଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଵିସ୍କୃତ ଭାବେ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାପତି ଚନ୍ଦ୍ର କୁମାର ଆଚାର୍ଯ୍ୟ, ସମ୍ପାଦକ ଲକ୍ଷ୍ମୀ ଚନ୍ଦ୍ର ମିଶ୍ର, ନିରଂଜନ ମିଶ୍ର, ୱାଇ . ଜଗନ୍ନାଥ ପଟ୍ଟନାୟକ, ବିଜୟ କୁମାର ଚୌଧୁରୀ, ନାରାୟଣ ପଣ୍ଡା ସମେତ ସଙ୍ଘର ବହୁ ସଂଖ୍ୟକ ସଭ୍ୟ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: