ବରଯାତ୍ରୀଙ୍କ ବିଶୃଙ୍ଖଳା ପାଇଁ ଅଟକ ରହିଲା ବର

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୦୧/୦୩): ବରଯାତ୍ରୀ ଙ୍କ କିଛି ବିଶୃଙ୍ଖଳା ବ୍ୟକ୍ତିଙ୍କ ପାଇଁ ବିବାହ ପରେ ବି ବର ଅଟକ ରହିଥିଲା | ଘଟଣା ଜାଣିବା ପରେ ବୌଦ୍ଧ ଆଦର୍ଶ ପୋଲିସ ଆସି ବର କନ୍ୟାକୁ ବର ଘରକୁ ପଠାଇଥିଲା |

ହରଭଙ୍ଗା ବ୍ଲକ ବରଝୁଲି ରୁ ବରଯାତ୍ରୀ ମହିବାହାଲ କନ୍ୟା ଘରକୁ ବୈଦିକ ରୀତିରେ ବିବାହ ପାଇଁ ଯାଇଥିଲା | ହେଲେ ବରଯାତ୍ରୀଙ୍କ କେତେକ ଅସାମାଜିକ ବ୍ୟକ୍ତି ବିଶୃଙ୍ଖଳା କରିଥିବାରୁ କନ୍ୟା ଗ୍ରାମର ଲୋକେ ବର କନ୍ୟା ଓ ବରଯାତ୍ରୀର କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିଲେ | ଖବର ପାଇ ପୋଲିସ ଆସି ବର କନ୍ୟା ଓ ଅଟକ ରଖି ଥିବା ବ୍ୟକ୍ତିଙ୍କୁ ନିଜ ହେପାଜତରେ ବିଦା କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: