ବନ୍ଧୁଗାଁ ରେ ସହିଦ ଲକ୍ଷ୍ମଣଙ୍କ ୪ର୍ଥ ଶ୍ରଦ୍ଧାଞ୍ଜଳି ଦିବସ ପାଳନ

ରିପୋର୍ଟ : ମିନା ବେହେରା //
ବନ୍ଧୁଗାଁ ତା ୨୯/୩/୨୧): ବନ୍ଧୁଗାଁ ବ୍ଲକ ଠାରେ ଆଜି ବନ୍ଧୁଗାଁ ବ୍ଲକର ଆଦିବାସୀ ଚାଷି ମୂଳିଆ ସଙ୍ଘ ଦ୍ୱାରା ସହିଦ ଲକ୍ଷ୍ମଣ ନାୟକଙ୍କ ଚତୁର୍ଥ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଥିଲା | ଆଜିର ଏହି ମହାନ ବ୍ୟକ୍ତି ଓଡିଶା ବାସି ଲୋକଙ୍କ ପାଇଁ ସଂଗ୍ରାମ ନିଜର ଜୀବନକୁ ବଳିଦାନ ଦେଇଥିବା ଯୋଗୁଁ ଓଡିଶା ବାସି ତାଙ୍କର ଜନ୍ମ ଓ ବଳିଦାନ ଦିବସକୁ ସରକାରୀ ଓ ବେଶରକାରୀ ଓ ଅନ୍ୟାନ୍ୟ ରାଜନେତା ଗଣ ପାଳନ କରିଥାନ୍ତି |

ସେହିପରି ଆଜି ଓଡିଶାରେ ସହିଦ ଲକ୍ଷ୍ମଣ ନାୟକଙ୍କ ୭୮ସ୍ତରୀ ତମ ଶ୍ରଦ୍ଧାଞ୍ଜଳି ପାଳନ କରାଯାଇଥିବା ବନ୍ଧୁଗାଁ ବ୍ଲକର ସାନ ସରପଲି ଛକ ଠାରେ କରାଯାଇଥିବା ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତିରେ ଫୁଲ ତୋଡ଼ା ଦେଇ ସ୍ଲୋଗାନ ସହ ତାଙ୍କର ଆତ୍ମାକୁ ଶାନ୍ତି ମିଳିବା ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ | ଆଜିକାର ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବା ଉପଲକ୍ଷେ ବନ୍ଧୁଗାଁ ବ୍ଲକର ଆଦିବାସୀ ଚାଷିମୂଳିଆ (AIMKS) ସଂଘର କର୍ମକର୍ତା ଗଣ ତିନିଶହରୁ ଅଧିକା ଲୋକେ ଉପସ୍ଥିତ ହୋଇଥିଲେ | ଏଥିରେ ଓଡିଶା ରାଜ୍ୟ ସମ୍ଫାଦକ- ଶ୍ରୀ ଶ୍ରୀକାନ୍ତ ମହାନ୍ତି, କୋରାପୁଟ ଜିଲ୍ଲା ସଭାପତି – ଶ୍ରୀମତି କଣ୍ଡାଗରି ପାଇଡଆମା, ଜିଲ୍ଲା ସୋମ୍ଫା୍ଦିକା-ଶ୍ରୀ ମତି ପୀଡ଼ିକା ସୁରାମା, ବନ୍ଧୁଗାଁ ବ୍ଲକ ଯୁବଛାତ୍ର ସଭାପତି-କେଣ୍ଡୁରୁକା ଶୁଭରାଓ, ବନ୍ଧୁଗାଁ ବ୍ଲକ ସମ୍ଫାଦକ ପୀଡ଼ିକା ରମେଶ, ବ୍ଲକ ସଭାପତି କେ. ଆନନ୍ଦ, କଣ୍ଡାତାମରା ସାନୁ,ମାଣ୍ଡିଙ୍ଗ ଶ୍ରୀନୁ, ପୀଡିକା ସୀତାଇ, କଣ୍ଡାଗରି ନାଗେସ, କେଣ୍ଡରୁକା ସୁନ୍ଦୁରୁ, କେ. ଜାମା. ଆଲିନି ଯିବି, ପ୍ରମୁଖ ରହି ଆଜି ଲକ୍ଷ୍ମଣଙ୍କ ଚତୁର୍ଥ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ହୋଇଥିଲା |

Welcome to Odisha News24

error: Content is protected !!
%d bloggers like this: