ବନ୍ଧୁଗାଁ ବ୍ଲକ ବିଜେଡି ସମ୍ଫାଦକ ନେଲେ କରୋନା ପ୍ରଥମ ଟିକା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (୨୫/୫/୨୧): ବନ୍ଧୁଗାଁ ବ୍ଲକର ବିଜେଡି ଦଳର ବ୍ଲକ ସମ୍ଫାଦକ ଶ୍ରୀ ଅଭିମନ୍ୟୁ ଭାଣ୍ଡିଙ୍କ ସହ ଅନ୍ୟାନ୍ୟ ୧୨ଜଣ ଆଜି ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ନେଲେ କରୋନା ପ୍ରଥମ ଟିକା ଓ ଆଜି ଟିକା ନେଇଥିବା ଲୋକେ ଆଉ ୮୨ ଦିନ, ଆସନ୍ତା ଅଗଷ୍ଟ ମାସରେ ଦ୍ୱିତୀୟ ଟିକା ନେଇପାରିବେ ବୋଲି ଟିକା ନେଇଥିବା ବ୍ୟକ୍ତିଙ୍କୁ କୁହାଯାଇଥିଲା |

ପରେ ଏଥି ପୂର୍ବେ ବ୍ଲକରେ ୪୫ ରୁ ଉର୍ଦ୍ଧ ବୟସ୍କ ଲୋକେ ୩୦% ଭାଗ କରୋନାର ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇଥିବାରୁ ସୂଚନା ମିଳିଛି | ଆଦିବାସୀ ଗ୍ରାମ ମାନଙ୍କରେ ରହିଥିବା ୪୫ ବର୍ଷରୁ ଉର୍ଦ୍ଧ ଲୋକେ କରୋନା ଟିକା ନେଇ ଥିବାରୁ ଜାଣିବାକୁ ପାଇଛୁ | ଏଥି ଲୋକେ ଗାଁ ଗାଁରେ ବୟସ୍କ ଲୋକେ ଜ୍ୱର ଓ ଦେହ ଅସୁସ୍ଥ ହୋଇ ରହି ଅଛନ୍ତି କିନ୍ତୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରକୁ ଆସି କରୋନା ଟେଷ୍ଟ କରିବା କି ବୟସ୍କ ହୋଇଥିଲେ କରୋନା ଟିକା ନବା ପାଇଁ ଆସୁନାହାନ୍ତି | ଯଦ୍ୱାରା କି କୌଣସି କାମରେ ବାହାରରୁ ଯାଉଥିବା ଲୋକେ ଗାଁ ଭିତରକୁ ପ୍ରବେଶ କରିବା ଓ ଲୋକଙ୍କ ସହ କଥା ହେବ ପାଇଁ ମଧ୍ୟ କରୋନା ଭୟରେ ପଛଗୁଞ୍ଚା ହୋଉଛନ୍ତି | ଏପରି ପରିସ୍ଥିତିରେ ବାହାରରୁ ଆସୁଥିବା ଲୋକଙ୍କ ନିକଟରେ ସତର୍କ ସହିତ ବାହାରେ ବୁଲାବୁଲି କରିବା ପାଇଁ ସାବଧାନ ହେବାକୁ ପଡୁଛି | ବନ୍ଧୁଗାଁ ବ୍ଲକ କୋବିଡ ଅଧିକାରିଙ୍କୁ ଗୁଆହାରିକି ଘରେ ଘରେ ରହିଥିବା ବିନା ଟିକା ଣନେଇ ଓ କରୋନା ଟେଷ୍ଟ ନ କରିଥିବା ଲୋକଙ୍କୁ ପ୍ରଶାସନ ଦୃଷ୍ଟି ଦିଆଗଲେ ସମସ୍ତେ କରୋନାର ସୁବିଧା ଉପଲବ୍ଧ ହୋଇଥାନ୍ତେ ବୋଲି ସାଧାରଣରେ ଦାବି ହୋଇଛି I

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: