ବନ୍ଧୁଗାଁ ବ୍ଲକ ବିଜେଡି ଦଳ ବିଡ଼ିଓଙ୍କୁ ଭେଟି ଅଞ୍ଚଳ ସମସ୍ୟାକୁ ନେଇ ସାକ୍ଷାତ୍କାର

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୨୪/୫/୨୧): ବନ୍ଧୁଗାଁ ବ୍ଲକର ବିଜେଡି ଦଳର ବ୍ଲକ ସଭାପତି ଶ୍ରୀ ସାରଶାଭାଦ୍ରା ନାଗାଙ୍କ ନେତୃତ୍ୱରେ ଆଜି ବନ୍ଧୁଗାଁ ବ୍ଲକର ବିଜେଡି ଦଳର କର୍ମକର୍ତ୍ତା ଓ କର୍ମୀଙ୍କ ସହ ନୂତନ ଭାବରେ ଦାୟୀତ୍ୱ ଗ୍ରହଣ କରିଥିବା ବିଡ଼ିଓ ଶ୍ରୀ ଆକାଶ ପଟ୍ଟନାଇକଙ୍କ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ କରିଥିଲେ |

ବ୍ଲକରେ ରହିଥିବା ଅନେକ ଗ୍ରାମରେ ରହିଥିବା ରାସ୍ତା,ପାଣି,ଓ ଗରିବ ଲୋକଙ୍କ ସମସ୍ୟା ବୁଝିବା ଓ ପଡି ରହିଥିବା ଅଧପନ୍ତରିଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଶେଷ କରାଇବା ଓ ନୂତନ ସ୍ଥାନ ମାନଙ୍କରେ କାମ ରଖି କରାଯିବା ବିଷୟକୁ ନେଇ ଆଲୋଚନା କରିଥିଲେ I ତାଙ୍କ ସହ ବ୍ଲକ ବିଜେଡି ସମ୍ଫାଦକ ଶ୍ରୀ ଅଭିମନ୍ୟୁ ଭାଣ୍ଡି, ଜିଲା ବିଜେଡି ସମ୍ଫାଦକ ଶ୍ରୀ ଦୁର୍ଯ୍ୟ ନାଗ, ବ୍ଲକ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ଦେବର ପଲି, ବ୍ଲକ ଯୁବ ଜୋନ ୧ ଜିଲ୍ଲା ପରିସଦ ଶ୍ରୀ ଗୌରାଙ୍ଗ ପାତ୍ର ଓ ବିଜେଡି ଦଳର ଅନ୍ୟାନ୍ୟ ଟାଣୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: