ବନ୍ଧୁଗାଁ ବ୍ଲକର ସାଇବୋରି ଜଳପ୍ରପାତ ପରଦର୍ଶନ କଲେ ବିଡ଼ିଓ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୧୨/୧/୨୧): କୋରାପୁଟ ଜିଲ୍ଲା ଅଧ୍ୟୁଷିତ ବନ୍ଧୁଗାଁ ବ୍ଲକ ଗ୍ରାମ କାପୋଲୋଡା ପଞ୍ଚାୟତର ପିପଳ୍ପଦର ଗ୍ରାମର ସାଇବୋରି ଜଳପ୍ରପାତ ପରିଦର୍ଶନ କରିଥିଲେ ଅନ୍ୟାନ୍ୟ ବ୍ଲକ କର୍ମଚାରି ଗଣ | ଏଥିରେ ଉପସ୍ଥିତ ରହିଥିଲେ ବନ୍ଧଗାଁ ବ୍ଲକ ଅଧକାରୀ ବିଡ଼ିଓ ଶ୍ରୀ ରଜନି କାନ୍ତ ଦାସ ଓ ବ୍ଲକ ଜିପିଓ ଶ୍ରୀ ସୁରେଶ କୁମାର ପଟ୍ଟନାୟକ, ବ୍ଲକ ରୁରାଲ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ଖୋଶଳା, ଜଳ ବିଭାଗ କନିଷ୍ଟ ଯନ୍ତ୍ରୀ ଶ୍ରୀ ନରେନ୍ଦ୍ର କୁମାର ନାଇକ, କାପୋଲଡା ଗ୍ରାମ ପଞ୍ଚାୟତର ପିଇଓ ଶ୍ରୀ ମୃତୁନ ଜୟ ସାହୁ ଆଦି ଉପସ୍ଥିତ ରହିଥିଲେ |

ୱାର୍ଡ ସଭ୍ୟ ଶ୍ରୀ ବୋଲରାମ ହିମିରୀକା, ଗ୍ରାମ ପଞ୍ଚାୟତର କାଡ୍ରାକା ଗୁମ୍ଫା, ଓ କାପଲଡା ପଞ୍ଚାଯତର ପିପଲପଦର ଗ୍ରାମର ଆନ୍ୟାନ୍ୟ ଗ୍ରାମର ବୁଦ୍ଧିଯିବି ଓ ଜନସାଧାରଣ ଙ୍କ ଉପସ୍ଥିତରେ ଆଜି ବନ୍ଧୁଗାଁ ବ୍ଲକ ଅଧିକାରୀ ବିଡ଼ିଓ ସାଇବରି ଜଳପ୍ରପାତ ପରିଦର୍ଶନ କରିଥିଲେ | ଏଥିରେ ସାଇବୋରି ଜଳପ୍ରପାତ ଦ୍ୱାରା ବୋହି ଯାଉଥିବା ଜଳ ଦ୍ୱାରା କାପଲଡ଼ା ପଞ୍ଚାୟତର ପ୍ରାୟ ୩୦୦ ଏକର ଚାଷ ଜମିରେ ଚାଷ ହୋଇଥାଏ | ଉପଯୁକ୍ତ ପାଣିର ସମସ୍ୟା ପାଇଁ ଚାଷୀ ମାନେ ଅଧିକା କଷ୍ଟ ସହନ କରିଥାନ୍ତି କିନ୍ତୁ ସାଇବୋରି ଜଳ ପ୍ରପାତ ଉନୟନ ମୂଳକ କାର୍ଯ୍ୟ ସକାଶେ ବନ୍ଧୁଗାଁ ବ୍ଲକ ଅଧିକାରିଙ୍କ ସହ ମତରେ ସାଇବୋରି ଜଳ ପ୍ରପାତର ଉନ୍ନୟନ କାର୍ଯ୍ୟ ସକାଶେ ଅର୍ଥ ବିନିଯୋଗ କରିବାପାଇଁ ସହମତି ହୋଇଥିଲେ | ଏହି ପ୍ରପାତ ରେ ପର୍ଯ୍ୟଟକ ମାନଙ୍କ ଭିଡ ସକାଶେ ବନ୍ଧୁଗାଁ ବ୍ଲକ ବିଡ଼ିଓ ଅତିକମରେ ୨୦ ଲକ୍ଷ ଟଙ୍କାର ଜାତୀୟ କର୍ମ ନିଯୁକ୍ତି ଯୋଜନାର ଅର୍ଥ ଖର୍ଚ୍ଚ କରିବା ପାଇଁ ନିଷ୍ପତି ସହ ପର୍ଯ୍ୟଟକଙ୍କ ଆକର୍ଶଣ ନିମନ୍ତେ ଖର୍ଚ୍ଚ ହେବ ବୋଲି କହିଥିଲେ | ସାଇବରି ଜଳ ପ୍ରପାତ ଆଗାମୀ ଦିନରେ ଅଧିକାଂଶ ଲୋକଙ୍କ ପାଇଁ ଏକ ଉଦାହରଣ ହୋଇ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ | ସାଇବରି ଗ୍ରାମ ପଞ୍ଚାୟତଠାରୁ ଅତିକମରେ ଦୁଇ କିଲୋମିଟର ଓ ଆଲମଣ୍ଡା ଗ୍ରାମ ପଞ୍ଚାୟତ ଠାରୁ ସାତ କିଲମିଟର ବ୍ୟବଧାନରେ ରହିଅଛି | ଏହି ଜଳ ପ୍ରପାତ ସ୍ଥାନ ପାଇଁ ପାଇଁ ବ୍ଲକ ଦ୍ୱାରା ୧୫ ଲକ୍ଷ ଓ ପଞ୍ଚାୟତ ଦ୍ୱାରା ୫ ଲକ୍ଷ ଟଙ୍କାର ରାସ୍ତା ଓ ତିନିଗୋଟି କଲଭଟ ଓ ପର୍ଯ୍ୟଟକଙ୍କ ପାଇଁ ଅନ୍ୟାନ୍ୟ ଆକର୍ଷଣ ଓ ଜଳ ପ୍ରପାତ ଦେଖିବା ପାଇଁ ଓ ଉପରକୁ ଯିବାପାଇଁ ଲୁହାର ପାହାଚ ଓ ସିମେଣ୍ଟ କଂକ୍ରିଟ ମାଧ୍ୟମରେ କରାଯିବ ବୋଲି ଜଣାପଡିଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: