ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୨୦/୫/୨୧): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଠାରେ ନୂତନ ବିଡ଼ିଓ ଭାବେ ଯୋଗଦାନ କଲେ ଶ୍ରୀ ଆକାଶ ପଟ୍ଟନାୟକ (ଓ.ଏ.ଏସ) ଜେ.ବି | ଏଥି ପୂର୍ବେ ଗଞ୍ଜାମ ଜିଲ୍ଲାର ଟିଆରଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଟ୍ରେନିଙ୍ଗ ଓ କୋଭିଡ ଦାୟୀତ୍ୱରେ ରହିଥିଲେ | ଶ୍ରୀ ପଟ୍ଟନାୟକ ଙ୍କୁ ବନ୍ଧୁଗାଁ ବ୍ଲକ ବିଡ଼ିଓ ଭାବରେ ଦାୟୀତ୍ୱ ଦିଆଯିବା ସହ ଗଞ୍ଜାମରୁ ବନ୍ଧୁଗାଁକୁ ବଦଳି କୋରାଯାଇଛି |

ଆଜି ବନ୍ଧୁଗାଁ ବ୍ଲକରେ ନୂତନ ଭାବରେ ଦାୟୀତ୍ୱ ଗ୍ରହଣ ପରେ ସେ କହିଛନ୍ତି ମୋ ପୂର୍ବେ କାର୍ଯ୍ୟାଳୟ ଠାରେ ଯାହା ହୋଇଛି ତାକୁ ଛାଡି ମୁଁ ବ୍ଲକର ସମସ୍ତ ନେତା, ଛୋଟବଡ଼ ବୁଦ୍ଧିଜୀବୀ, ଆଇନଜୀବୀ,ଗଣମାଧ୍ୟମ ଓ ବ୍ଲକ କାର୍ଯ୍ୟାଳୟର ସମସ୍ତ ବିଭାଗର ସମସ୍ତ କର୍ମୀଙ୍କ ସହ ମିଳିମିଶି ବ୍ଲକରେ ରହିଥିବା ସମସ୍ତ ଗ୍ରାମର ଉନ୍ନତି କାର୍ଯ୍ୟ କରିବା ପାଇଁ ପ୍ରଥମେ ନଜର କରିବି | ଏଥିପୂର୍ବେ ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ରୋଜନି କାନ୍ତ ଦାସ ବିଡ଼ିଓ ଭାବରେ ଦାୟୀତ୍ୱରେ ଥିଲେ ଓ ବର୍ତ୍ତମାନ ଶ୍ରୀ ଦାସଙ୍କୁ କୋରାପୁଟ ଜିଲ୍ଲାର ଦଶମନ୍ତ ପୁର ବ୍ଲକକୁ ଏ.ବି.ଡ଼ି.ଓ. ଭାବରେ ବଦଳି କରାଯାଇଅଛି |

Welcome to Odisha News24

error: Content is protected !!
%d bloggers like this: