ବନ୍ଧୁଗାଁ ଠାରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୨୨/୧): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବନ୍ଧୁଗାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ରାସ୍ତା ପାର୍ଶ୍ୱରେ ଆଜି ଅପରାହ୍ନ ୩:୪୫ ସମୟରେ କୋରାପୁଟ ଆଞ୍ଚଲିକ ପରିଵହନ ଅଧିକାରୀ ଓ ଜନ ସାଧାରଣଙ୍କ ନିମନ୍ତେ ଏକ ନାଟ୍ୟ ରୁପାନ୍ତର ଭାବରେ ସଡ଼କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଇବାପାଇଁ ପ୍ରାଧାନ୍ୟ ଦେଇଥିଲେ |

କୋରାପୁଟ ଜିଲ୍ଲା (ଆର ଟି ଓ )କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଅଭୟ ଦାସଙ୍କ ଆଦେଶ କ୍ରମରେ ୨ଚକିଆ ଗାଡି ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ ଓ ମଦ୍ୟ ପାନ କରି ଯଦି କିଏ ଗାଡି ଚଳାଉ ଥିବାର ଦେଖିବାକୁ ମିଳେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ | ୨ଚକିଆ ଯାନ ଚଲାଉ ଥିବା ଚାଳକ ମାନେ ବିନା ହେଲମେଟରେ ଓ ମଦ୍ୟ ପାନ କରି ଭାରସାମ୍ୟ ହରାଇ ଗାଡି ଦୁର୍ଘଟଣା ହୋଉଥିବା ଯୋଗୁଁ ଦିନକୁ ଦିନ ଅଧିକ ମାତ୍ରାରେ ଦୁର୍ଘଟଣା ଗ୍ରସ୍ତ ହେଉଛି | ଉକ୍ତ ଦୁର୍ଘଟଣା କମ କରିବା ଗାଡି ଚାଳକ ମାନଙ୍କ ପାଇଁ ସଚେତନ ଓ ସତର୍କ ସହ ହେଲମେଟ ନିହାତି ଜରୁରୀ ଆବଶ୍ୟକକୁ ନେଇ ଆଜି ଏକ ନାଟ୍ୟ ରୂପାନ୍ତର ଭାବରେ ପ୍ରଦର୍ଶନ କରି ଲୋକଙ୍କୁ ଦେଖାଇଥିଲେ I ଆଜିର କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାରୁ (ଏ ଏମ ଭି ଆଇ) ଶ୍ରୀ ରାଓ (ଏମ ଜି ଓ ) ନିର୍ମାନ ଅଧିକାରୀ, ଓ ଆବଶ୍ୟକ ଅନୁଯାଇ ନିର୍ମାଣ ସମ୍ଫାଦକ ଶ୍ରୀ ନଳିନି ଟାକିରୀ, ତାଙ୍କ ସହ ନାଟ୍ୟକାର ଗଣ ରହିଥିଲେ |

Welcome to Odisha News24

error: Content is protected !!
%d bloggers like this: