ବନ୍ଧୁଗାଁ ଠାରେ ସନ୍ଧ୍ୟା ୬ ଠାରୁ ପାରଦ କମିବାରେ ଲାଗିଛି

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୬/୧/୨୧): ବନ୍ଧୁଗାଁ ବ୍ଲକ ଠାରେ ଆଜକୁ ପ୍ରାୟ ଦଶ ଦିନ ହେବ ସନ୍ଧ୍ୟା ସମୟରେ ୬ ଠାରୁ ଅଧିକା ମାତ୍ରାରେ ପାରଦ ଅଧିକ ବଢିବାରୁ ଗ୍ରାମବାସି ଗାଁ ମୁଣ୍ଡରେ କିମ୍ଭା ରାସ୍ତା ପାର୍ଶ୍ୱରେ ନଚେତ ସାହି ସାହି ଓ ଗଲି ମାନଙ୍କରେ ନିଆଁ ଜାଳି ଗହଳି କରି ନିଆଁ ଚେକିଥିବାର ଦେଖିବାକୁ ମିଳିଛି |

ବନ୍ଧୁଗାଁ ବ୍ଲକରେ ରହିଥିବା ତେରଗୋଟି ପଞ୍ଚାୟତର ପ୍ରତ୍ୟକ ଗ୍ରାମ ମାନଙ୍କରେ ବସବାସ କରୁଥିବା ଲୋକେ ସକାଳ ୭ ପରେ ହିଁ ବାହାରକୁ ବାହାରି ନିଜ ନିଜ କାମରେ ଲାଗିଥାଆନ୍ତି | ଦିନ ସମୟରେ ଗାଁର ସାହି ମାନଙ୍କରେ ରହୁଥିବା ବୟସ୍କ ଲୋକେ ସନ୍ଧ୍ୟା ସମୟରେ ଥଣ୍ଡାରୁ ବଞ୍ଚିବା ପାଇଁ କାଠ କିମ୍ଭା ଡୁକୁଲା ଗୁଡିକ ସଂଗ୍ରହ କରି ସନ୍ଧ୍ୟାରେ ଜାଳିବା ପାଇଁ ସାଇତି କରି ରଖିଥାନ୍ତି | ସାହିରେ ରହିଥିବା ଛୋଟବଡ଼ ଓ ବୟସ୍କ ବୃଦ୍ଧା ମାନେ ମଧ୍ୟ ସନ୍ଧ୍ୟା ହେଲେ ନିଆଁ ଜାଳିବା ସ୍ଥାନରେ ଉପସ୍ଥିତ ରହିଥାନ୍ତି ଓ ନିଆଁ ଜାଳି ଚେକି ଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି | ଆଜିକାଲି ବନ୍ଧୁଗାଁ ବ୍ଲକ ଠାରେ ସନ୍ଧ୍ୟା ୬ ଠାରୁ ସକାଳ ସାତଟା ପର୍ଯ୍ୟନ୍ତ କୁହୁଡି ହେବା ସହ ଥଣ୍ଡା ମଧ୍ୟ ବଢ଼ିବାରୁ ବୟସ୍କ ବୃଦ୍ଧ ବୃଦ୍ଧା ଶୀତପାଇଁ ଅସୁବିଧା ଭୋଗ କରିଥାନ୍ତି | ବୃଦ୍ଧଙ୍କ କହିବା କଥା କି ଯେତେ ଜଲଦି ଶୀତ କମି ଖରା ସମୟ ଆସିବ ତାକୁ ଅପେକ୍ଷା କରିଥିବାର ମଧ୍ୟ କହିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: