ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା ବାଇକ୍ ଆମ୍ବୁଲାନ୍ସ ସେବା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୦୧/୧୨): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଠାରେ ଆଜି ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀ ମାନସ ଦାସଙ୍କ ଦ୍ୱାରା ଗୋଷ୍ଠୀ କେନ୍ଦ୍ରର ସମସ୍ତ କର୍ମଚାରିଙ୍କ ଉପସ୍ଥିତରେ ପତକା ଦେଖାଇ ବାଇକ ଆମ୍ଭୁଲାନ୍ସ ସେବାର ଶୁଭଆରମ୍ଭ କଲେ |

ବନ୍ଧୁଗାଁ ବ୍ଲକ ଏପରି ଏକ ସ୍ଥାନ କି ଅଧିକାଂଶ ଗ୍ରାମରେ ବିଏସଏନଏଲ ସେବା ପହଞ୍ଚି ପାରି ନ ଥିବାରୁ ଗର୍ଭବତୀ ମହିଳା କିମ୍ଭା ଅତ୍ୟନ୍ତ ଜରୁରୀ ସେବା ପାଇଁ ୧୦୮ କିମ୍ଭା ୧୦୨ ଆମ୍ଭୁଲାନ୍ସ ପହଞ୍ଚି ପାରୁନାହିଁ | ଯୋଗାଯୋଗ ବିଛିନ୍ନ ଜଙ୍ଗଲ ଓ ପାହାଡ଼ ଉପରେ ଅଧିକାଂଶ ମାତ୍ରାରେ ଗ୍ରାମ ଗୁଡିକ ରହୁଥିବାରୁ ଗ୍ରାମକୁ ଯିବା ପାଇଁ ରାସ୍ତା ଘାଟ ନ ଥିବାରୁ ଗାଡି ଯିବା ପାଇଁ ଅସୁବିଧା ହେତୁ ଗ୍ରାମ ଲୋକେ ଗୋଷ୍ଠି ସ୍ୱାସ୍ୟ କେନ୍ଦ୍ରକୁ ଯାଇ ସେବା ପାଇବାରେ ବିଫଳ ହେଉଛନ୍ତି | ଏହି ବାଇକ ଆମ୍ବୁଲାନ୍ସ ସେବାର ଶୁଭ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ଓ କିଛି ବୁଦ୍ଧିଜୀବୀ ମାନେ ସରକାରଙ୍କୁ ଧନ୍ୟବାଦ ଜଣାବା ସହ ଅଧିକ ଖୁସି ବ୍ୟକ୍ତ ହୋଇଥିବାର ଦେଖିବାକୁ ମିଳିଛି I

Welcome to Odisha News24

error: Content is protected !!
%d bloggers like this: