ବନ୍ଧୁଗାଁରେ ହର୍ଷଟ୍ରଷ୍ଟର କୋରନା ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ମିନା ବେହେରା //
ନାରାୟଣପାଟଣା (୦୫/୦୬): ବନ୍ଧୁଗାଁ ବ୍ଲକର ହର୍ଷଟ୍ରଷ୍ଟ ବର୍ତ୍ତମାନର କୋରନା ସ୍ଥିତିକୁ ନେଇ ବିଭିନ୍ନ ସଚେତନତା ଅଭିଯାନ କରିଚାଲିଛି ।ଗତ ମେ ମାସ ୧୨ ତାରିଖରୁ ଆଜିଯାଏ ପ୍ରାୟ ୧୦ ପଞ୍ଚାୟତ ଓ ୫୧ ଟି ଗ୍ରାମ ମାନଙ୍କରେ ବୁଲି ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ଜନସାଧାରଣ ଙ୍କୁ ବୁଝାଇଛନ୍ତି ।

ହର୍ଷଟ୍ରଷ୍ଟର ୫ଜଣ କୋରନା ଯୋଦ୍ଧା ଏହି କାର୍ଯ୍ୟରେ ଲାଗିଛନ୍ତି । ଏଥି ସହିତ ସଚେତନତା ବଢେଇବାକୁ ଗାଁ ମାନଙ୍କର କାଂଥ ଲେଖା (wall painting) ଓ ହାତ ଧୁଆ ମଧ୍ୟ କରାଯାଉଛି । ବିଭିନ୍ନ ସଚେତନତା ବାର୍ତା ସହ କିପରି ହାତ ଧୋଇବା ତାହା ମଧ୍ୟ ଶିଖଉଥିବାର ଦେଖିବାକୁ ମିଳିଛି । ୧୮ ରୁ ୪୫ ବର୍ଷୀୟା କିପରି କୋରନା ଟୀକା ନିମନ୍ତେ ପଞ୍ଜିକରଣ କରିବେ ତାହା ମଧ୍ୟ ଭଲରେ ବୁଝାଇ ଦିଆଯାଉଛି । ମୋଟ ୭୦ ଟି ଗ୍ରାମ ଓ ୧୧ ଟି ପଂଚୟତ କଭର କରିବା ପାଇଁ ଯୋଜନା ଅଛି ବୋଲି ହର୍ଷଟ୍ରଷ୍ଟ ଟିମ ଲୀଡ଼ର ସୁଶାନ୍ତ ସ୍ୱାଇଁ କହିଛନ୍ତି । ହର୍ଷଟ୍ରଷ୍ଟ କୋରନା ଭଲଣ୍ଟିୟର ହେଲେ କପିଲାସ ସୁବୁଦ୍ଧି, ନୀଳକଣ୍ଠ କାଦ୍ରକା, ନବୀନ ଦେବରପୋଲି,ଶ୍ରୀନିବାସ ମେଲେକା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: