ବନ୍ଧୁଗାଁରେ କରୋନାକୁ ରୋକିବା ପାଇଁ ପ୍ରଶାସନିକ ଆଲୋଚନା ବୈଠକ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୧୮/୫/୨୧): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀ ରଜନିକାନ୍ତ ଦାସଙ୍କ ନିର୍ଦେଶ କ୍ରମେ ଆଜି ବ୍ଲକ ପରିସର ଠାରେ ଜରୁରୀ କାଳୀନ ବୈଠକ କରାଯାଇଥିଲା | ଆଜିର ଏହି ବୈଠକରେ ବନ୍ଧୁଗାଁ ବ୍ଲକର ସମସ୍ତ ଦଳର ନେତା ଓ ରାଜନେତା ଓ ସରକାରୀ ଓ ବେଶରକାରୀ ଓ ବ୍ଲକର ସମସ୍ତ ବିଭାଗରେ ରହିଥିବା ଅଧିକାରୀ ଉପସ୍ଥିତ ଥିଲେ | କରୋନା ପାଇଁ କରାଯାଇଥିବା ଲକଡାଉନ ଓ ସଟଡାଉନ ନିୟମକୁ କିଛି ଲୋକେ ନିୟମ ଉଲଙ୍ଘନ କରି ରାସ୍ତା,ଦୋକାନ ବଜାର,ଓ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଗହଳି କରି ନିୟମିତ ଅବମାନନା କରି ବୁଲୁଥିବାର ଆଖି ଆଗରେ ଦେଖି ଚୁପ ଚାପ ରହିବା ଓ କେବଳ ପୋଲିସ ଓ ପ୍ରଶାସନ ହିଁ ଲୋକଙ୍କୁ ସଚେତନ କରିବା ସମ୍ଭବ ନୁହେଁ, ତେଣୁ ସମସ୍ତେ ଅମାନିଆ ଲୋକଙ୍କୁ ସାବାଡ଼ କରିବା ଓ ବିନା କାରଣରେ ବୁଲୁଥିବା ଲୋକଙ୍କ ପାଇଁ ଏକ ପଦକ୍ଷେପ ନିଆଯିବା ପାଇଁ ବୈଠକ କରାଯାଇଥିଲା | ବର୍ତ୍ତମାନ ବନ୍ଧୁଗାଁ ବ୍ଲକରେ ୬୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୫ ଜଣ ସୁସ୍ଥ ହଇଛନ୍ତି |

ବଳକା ୩୨ ଜଣ ନିଜ ଘରେ ଆଇସଲୋସେନରେ ରହି ଚିକିତ୍ସିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି |ଏଥି ସମେତ ବନ୍ଧୁଗାଁରେ ଦିନକୁ ଦିନ କରୋନାରେ ଆକ୍ରାନ୍ତ ବଢିଥିବାର ଦେଖିବାକୁ ମିଳିଛି | ଏଥି ମଧ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ବଢିବା ସହିତ ଲୋକଙ୍କ ଅମାନିଆକୁ ରୋକିବା ଓ ଜୋରିମାନା ଆଦାୟ ସହ ରାସ୍ତାରେ ବୁଲୁଥିବା ଲୋକଙ୍କୁ କଡାକଡ଼ି ଭାବରେ ଲୋକଡାଉନକୁ ମିଳିମିଶି ଲଢ଼ିବା ଓ କରୋନାକୁ ଏଡ଼ାଇବା ପାଇଁ ନିୟମକୁ ପାଳନ କରି ଶପଥ ନେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା I ପୂର୍ବ ବର୍ଷ କରୋନାରେ ଅଧିକା ଲୋକ ସଂକ୍ରମଣ ହୋଇନଥିଲେ ସୁଦ୍ଧା ଦାଦନ ଶ୍ରମିକଙ୍କ ପାଇଁ ଟିଏମସି କେନ୍ଦ୍ର କରାଯାଇଥିଲା, କିନ୍ତୁ ଏବର୍ଷ ରୋଗୀଙ୍କ ପାଇଁ ଘରେ ଆଇସଲୋସେନରେ ରହିଁ ନିୟମିତ ଔଷଧ ସେବନ କରି ସୁସ୍ଥ ହେବା ପାଇଁ ସରକାରଙ୍କ ଦ୍ୱାରା ନିୟମ କରାଯାଇଛି | କିନ୍ତୁ ଗତବର୍ଷ କରୋନା ଆକ୍ରାନ୍ତଙ୍କୁ କରୋନା ଭୁତାଣୁ ଗଳା ଭିତରକୁ ପ୍ରବେଶ କରିବା ପାଇଁ ସପ୍ତାହ ଲାଗୁଥିଲା,ବର୍ତ୍ତମାନ କରୋନା ଗଳାରେ ତିନିରୁ ଚାରିଦିନ ମଧ୍ୟରେ ପ୍ରବେଶ କରି ଲୋକଙ୍କୁ ଦୁର୍ବଳ କରି ଫୁସ ଫୁସକୁ ଅତିଶୀଘ୍ର ଦୁର୍ବଳ କରିବା ସହିତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଲା ପରି ହୋଇଥାଏ | ଏପରି ସୂଚନା ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର କରୋନା ରୋଗୀଙ୍କ ଦାୟିତ୍ୱରେ ରହିଥିବା ନିହାର ରଞ୍ଜନ ଷଡଙ୍ଗି ସୂଚନା ଦେଇଥିଲେ | ବର୍ତ୍ତମାନ କରୋନା ଚିହ୍ନଟ ପାଇଁ ମାକ୍ରୋ କଣ୍ଟାନମେଣ୍ଟ ଜୋନ କରିବା ପାଇଁ ବ୍ଲକ ବିଡ଼ିଓ ନିର୍ଦେଶ ଦେଇପାରିବେ ଓ ଅଳ୍ପ ଦିନ ମଧ୍ୟରେ ସରପଞ୍ଚ ମାନେ ହିଁ ନିଜ ପଞ୍ଚାୟତର କରୋନା ପରିସ୍ଥିତିକୁ ଦେଖି ଜିଲ୍ଲାପାଳଙ୍କ ପରି କାର୍ଯ୍ୟ ତୁଳାଇ ପାରିବେ | ଏପରି ଭାବରେ କରୋନା ବିଷୟକୁ ନେଇ ଅନେକ ପ୍ରକାର ଆଲୋଚନା କରିଥିଲେ | ଏଥିରେ ବନ୍ଧୁଗାଁ ବ୍ଲକ ତୋହସିଲଦାର ଶ୍ରୀ ଭବାନି ଶଙ୍କର ମିଶ୍ର,ବନ୍ଧୁଗାଁ ଥାନା ଅଧିକାରୀ (ଓ଼ଆଇସି ) ଶ୍ରୀ ସଭ୍ୟସାଚି ଶତପତି,ବ୍ଲକ ଅଧ୍ୟକ୍ଷା ଶ୍ରୀ ମତି ପ୍ରମିଳା ଜାକାକା,ଏନ.ଜି.ଓ ହର୍ଷା ଟ୍ରଷ୍ଟର ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସ୍ୱାଇଁ, କଂଗ୍ରେସ ସଭାପତି.ଡି. ଏଙ୍କାଟି,ବିଜେଡି ସୋଭାପତି.ସାର୍ଶାଭାଦ୍ରା ନାଗା, ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଲକ୍ଷ୍ମଣ ଖସଲା,ବି.ଯେ.ଡି.ସମ୍ଫାଦକ.ଅଭିମନ୍ୟୁଭାଣ୍ଡି,ବିଜେଡି ଯୁବ ସୋଭାପତି କାନୁଚରଣ ବେବରା,ଓ ବିଜେପି ବ୍ଲକ ସୋଭାପତି ମଧୁ ଘାଣ୍ଟା, ଜିଲା ବିଜେପି ସମ୍ଫାଦକ ଶରତ ପାତ୍ର,ଓ ବ୍ଲକର ତିନିଗୋଟି ଏନ.ଜି.ଓ. ସଂସ୍ତା ମା ଗୃହ,ଭୀମଲ ଉଦ୍ୟନ,ଓ ନବ ନିର୍ମାଣ ସମିତି ତିନି ସଂସ୍ଥାର ଅଧିକାରୀ ଗଣ ଏଥିରେ ସାମିଲଥିଲେ | ଆଜିର ଆଲୋଚନା ବୈଠକକୁ କରୋନା ନିୟମ ଅନୁଯାଇ ସାମାଜିକ ଦୂର ବଜାୟ ରଖିବା ସହ ସମସ୍ତେ ମାସ୍କ ପିନ୍ଧି ବୈଠକ କରିଥିବା ଦେଖାଯାଇଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: