ବନ୍ଧୁଗାଁରେ ଆଜି ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୨୪/୫/୨୧): କୋରପୁଟ ଜିଲ୍ଲା, ବନ୍ଧୁଗାଁ ବ୍ଲକ ଠାରେ ଆଜି କରୋନାରେ ତିନିଜଣ ଚିହ୍ନଟ ହୋଇଛନ୍ତି | କରୋନା ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତ୍ତମାନ ଦିନକୁ ୧୦ ହଜାରରୁ ଉର୍ଦ୍ଧ କରୋନାରେ ଆକ୍ରାନ୍ତଙ୍କ ହୋଇଥିବାର ଦେଖିବାକୁ ମିଳିଛି |

ଏପରି ବନ୍ଧୁଗାଁ ବ୍ଲକରେ ମଧ୍ୟ ୨୨ରେ ୩ ଜଣ,୨୩ରେ ୮ଜଣ ଓ ୨୪ ରିଖରେ ୩ ଜଣ ଏପରି ତିନିଦିନରେ ୧୪ ଜଣ କରୋନାରେ ଚିହ୍ନଟ ହୋଇଥିବାରୁ ଲୋକେ ଭୟ ଭିତ ହୋଇ ଘରୁ ବାହାରକୁ ବାହାରିବା ପାଇଁ ଚାହୁଁ ନାହାନ୍ତି | ତିନିଦିନ ପୂର୍ବେ ୮୯ ଜଣ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଓ ୭୪ ଜଣ ସୁସ୍ଥ ହୋଇଥିବା ବେଳେ ୨୫ଜଣ ଘରେ ରହି ଚିକିତ୍ସିତ ହୋଉଛନ୍ତି | ବର୍ତ୍ତମାନ ସୁଦ୍ଧା ବନ୍ଧୁଗାଁରେ ୧୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି |

Welcome to Odisha News24

error: Content is protected !!
%d bloggers like this: