ବଢ଼ିବାରେ ଲାଗିଛି ଶ୍ରମିକଙ୍କ ଅସନ୍ତୋଷ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୧୧/୦୪): ଗଂଜାମ ଆସିକା ଚିନିଶିଳ୍ପରେ ବଢିଲା ଶ୍ରମିକ ଅଶାନ୍ତି । ଏହି ଶିଳ୍ପର ବାଟଲିଂ ପ୍ଲାଣ୍ଟରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମାରୁ ଇପିଏଫ ଟଙ୍କା କାଟିବା ଦାବିନେଇ ଶତାଧିକ ଶ୍ରମିକ ମାନେ ଆଜି ଦିନ ତମାମ ଚିନିଶିଳ୍ପ ଗେଟ ସାମ୍ନାରେ ଧାରଣାରେ ବସିରହିଥିବା ବେଳେ ଏହାର କୌଣସି ସମାଧାନ ର ବାଟ ବାହାରି ପାରିନଥିଲା |

ଶେଷରେ ଚିନିଶିଳ୍ପ କର୍ତ୍ତୃପକ୍ଷ ଓ ଶ୍ରମିକ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା ଓ ଢେଲା ମାଡ଼ାହୋଇ କର୍ତ୍ତୃପକ୍ଷଙ୍କ ଗାଡି ଭଙ୍ଗା ରୁଜା ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଭିଡକୁ ଏଡାଇବାକୁ ଯାଇ ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ଲାଠି ମାଡ ହୋଇଥିବା ଅଭିଯୋଗ ଅ।ଣିଲେ ଶ୍ରମିକ । ଲାଠି ମାଡ଼ରେ ୨ ଶ୍ରମିକ ଚିକିତ୍ସା ନିମନ୍ତେ ଆସିକା ଚିକତ୍ସାଳୟ ରେ ଭର୍ତି ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ୭ଜଣ ଶ୍ରମିକ ଅଟକ ଥିବା ଆସିକା ଥାନା ଅଧିକାରୀଙ୍କ ସୂଚନା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: