ବଡ଼ଧରଣର ଡକାୟତି ଉଦ୍ୟମ ପଣ୍ଡ, ଆସିକା ପୋଲିସ ଦ୍ବାରା ୪ ଗିରଫ, ଜଣେ ଫେରାର

ରିପୋର୍ଟ: ରାକେଶ ମହାରଣା //
କୋଦଳା (ଆସିକା-୦୧/୦୬): ଆସିକା ଥାନା ଇଲାକା ଚାରିମାଇଲି ନିକଟ ଦାଶନାପଲ୍ଲୀ ବିଶ୍ରାମଗାର ଠାରେ ଆଜି ଭୋର ସକାଳୁ ଏକ ବଡ଼ଧରଣ ଡକାୟତି ଉଦ୍ୟମକୁ ଆସିକା ପୋଲିସ ପଣ୍ଡ କରିଥିବା ଜଣାପଡିଛି ।

ଘଟଣା ସ୍ଥଳରୁ ଆସିକା ପୋଲିସ ୪ଜଣକୁ ଗିରଫ କରିଥିବା ବେଳେ ମୁଖ୍ୟ ମାଷ୍ଟର ମାଇଣ୍ଡ ଘଟଣା ସ୍ଥଳରୁ ଫେରାର ହୋଇଥିବା ଆସିକା ଏସ.ଡି.ପି.ଓ ଉମାଚରଣ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଆସିକା କଲେଜ ଛକର ଅନନ୍ତ ନାରାୟଣ ପଟ୍ଟନାୟକ, କବିସୂର୍ଯ୍ୟନଗର ଥାନା ଅଧିନ ବାଲିଛାଇ ଫାଣ୍ଡି ଇଲାକା ବାଲିଛାଇ ର ବିପିନ ଜେନା, ସାହାସପୁର ଗ୍ରାମର ସତ୍ୟ ପାତ୍ର, ଧରାକୋଟର କୁନା ସ୍ବାଇଁ ପୋଲିସ ଦ୍ବାରା ଗିରଫ ହୋଇ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଆସିକା କଲେଜ ଛକ କୋଟିବାଡିର ସୂର୍ଯ୍ୟ ପାତ୍ର ଫେରାର ରହିଛି । ସେମାନଙ୍କ ନିକଟରୁ ୫ଟି ଜୀବନ୍ତ ବୋମା, ୧ ଟି ପିସ୍ତଲ,୨ଟ ୭.୬୫ ଏମଏମ ଜୀବନ୍ତ କାଟ୍ରିଜ, ୪ଟି କଳା ମାସ୍କ, ଗୋଟିଏ ଚିଲି ପାଉଡର ପ୍ୟାକେଟ, ୩ଟି ଧାରୁଆ ଖଣ୍ଡା,୨ଟି ମୋଟର ଚେନ କ୍ରାଙ୍କ ଦ୍ବାରା ନିର୍ମିତ ମାରଣାସ୍ତ୍ର ଓ ୨ଟି ମୋଟର ସାଇକେଲ ଜବତ କରିଛନ୍ତି। ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ଆସିକା ଏସଡିପିଓ ଉମା ଶଙ୍କର ସିଂ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି । ଆସିକା ଥାନା କେସ ନମ୍ବର -୩୨୯/୨୧, ଦଫା ୩୯୯/402 ଆଇପିସି/୨୫ (୧-ବି)(ଏ) ଆର୍ମ୍ସ ଆକ୍ଟ/ ୪ ଏଵଂ ୫ଇ ଏସ ଆକ୍ଟ ରୁଜୁ କରାଯାଇଛି

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: