ଫ୍ରେଣ୍ଡସ ୟୁନିଟ କ୍ଲବ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୬/୦୬): ଆଜି ସାରା ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ୟୁନିଟ କ୍ଲବ ଆନୁକୂଲ୍ୟରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଭୀମସେନ ହରିଜନଙ୍କ ଅଧ୍ୟକ୍ଷତାରେ ଗାନ୍ଧୀପୁର ସ୍ଥିତି ହନୁମାନ ବଟିକା ପରିବେଶ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା |

ପ୍ରଥମେ ହନୁମାନ ମନ୍ଦିର ଚାରିପାଖ ଏବଂ ପରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ହୋଇଥିବା ପ୍ଲାଣ୍ଟେସନ ବାଡ଼ରେ ଥିବା ଗଛ ଚାରିପଟେ ପଡିଥିବା ଅଳିଆ ଆବର୍ଜନା, ପଲିଥିନ, ପ୍ଲାଷ୍ଟିକ ବତଲ ଆଦି ସଫେଇ କରାଯାଇଥିଲା | କ୍ଲବର ସଭାପତି ଭୀମସେନ ହରିଜନ, ସମ୍ପାଦକ ସନୁ ତେନ୍ତୁଳିପଡିଆ, ଧନପତି ନାୟକ, ରବି ସଗରିଆ, ବିଶ୍ୱନାଥ ହରିଜନ, ଏନ ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: