ଫ୍ରେଣ୍ଡସିପ କ୍ଲବ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ:ସୁଶାନ୍ତ ବେହେରା //
ବୌଦ୍ଧ (୧୮/୦୫): ଆଜି ଫ୍ରେଣ୍ଡସିଫ୍ କ୍ଲବ,ବୌଦ୍ଧ ତରଫରୁ ହରଭଙ୍ଗା ବ୍ଲକ କରଡ଼ି ଗ୍ରାମ ର ମାଁ,ଦାଦାଙ୍କୁ କ୍ଲବ୍ ପ୍ରତିଷ୍ଠାତା ତୋଫାନ ପରିଡ଼ାଙ୍କ ନେତୃତ୍ବରେ ଚାଉଳଡାଲି,ଚୂଡା,ଚିନି,ଆଳୁ,ପିଆଜ,ସୁଜି ଏବଂ ନିତିବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ ହୋଇଥିଲା |

\ଏଥିରେ ପୂର୍ବରୁ ସଂଗଠନର ସଦସ୍ୟମାନେ ନିଜେ ଖୋଜି ହିତାଧିକାରୀ ଚୟନ କରିଥିଲେ ସେମାନଙ୍କୁ ଆଜିଯାଇ ରାସନ ସୀମଗ୍ରୀ ବଣ୍ଟନ କରିଥିଲେ | ଲକଡାଉନ ସମୟରେ ଏମାନଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ କିଛିଦିନପାଇଁ ସତ କିଛି ସାମଗ୍ରୀ ତାଙ୍କ ପାଖରେ ପହଞ୍ଚାଇବାକୁ ସଫଳ ହୋଇଥିଲେ। ଏଥିରେ ସଭାପତି ସୁମନ ଷଡ଼ଙ୍ଗୀ,ସହ ସମ୍ପାଦକ ସମ୍ୟକ୍ ନାୟକ ଥିବା ବେଳେ ବଟକୃଷ୍ଣ ଅଗ୍ରୱାଲ ପରିଚାଳନା କରିଥିଲେ, ଅଂଶୁମାନ, ସୁବ୍ରତ, ସାର୍ଥକ,‌ସିଖା, ଜ୍ୟୋତି, ସୁବ୍ରତ ପୁରୋହିତ ମିଳିତ ଭାବେ ସହଯୋଗ କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: