ଫେଲମରିଲା ପୂର୍ବତନ ବାଚସ୍ପତିଙ୍କ ଦ୍ୱାରା ଉଦଘାଟିତ ଥଣ୍ଡାପାନୀୟ ଜଳ ବ୍ୟବସ୍ଥା

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୭/୦୫): ପାନୀୟ ଜଳର ଘୋର ଉତ୍କଟ ଏଵେ ବୌଦ୍ଧ ଜିଲ୍ଲାରେ | ଗାଁ, ଗଣ୍ଡା, ସହର ବଜାର ସବୁଆଡେ ପାଣି ପାଇଁ ହାହାକାର | ପ୍ରାକୃତିକ ଜଳ ଉତ୍ସ ଗୁଡିକ ସୁଖୀ ଗଲାଣି | ମାନବ ସମାଜ ବଞ୍ଚିବା ତ ଦୂରର କଥା କୀଟ ପତଙ୍ଗ ପାଣି ପାଇଁ ବଞ୍ଚିବା କଷ୍ଟ ସାଧ୍ୟ ହୋଇଗଲାଣି ବୌଦ୍ଧ ଜିଲ୍ଲାରେ | ପାନୀୟ ଜଳର ବ୍ୟବସ୍ଥା ପାଇଁ ଜିଲ୍ଲା ରେ କୋଟିକୋଟି ସରକାରୀ ରାଜସ୍ୱ ଖର୍ଚ୍ଚ ହୋଇଥିଲେ ବି ଏବେ ସବୁ ଯୋଜନା ଫେଲମାରିଛି |

ଗାଁ ଗଣ୍ଡାକୁ ପଚାରେ କିଏ ବୌଦ୍ଧ ସହର କଥା ଦେଖିଲେ ସହିହେଉନି | ଜନସମାଗମ ବୌଦ୍ଧ ଜିଲ୍ଲାର ବସଷ୍ଟାଣ୍ଡ ଉପରେ ଥିବା ଥଣ୍ଡାପାନୀୟ ଜଳ ଆଜକୁ ବର୍ଷେ ହେଲାଣି ଅଚଳବସ୍ଥାରେ ପଡିଛି | ଏହାକୁ ପୂର୍ବତନ ଓଡିଶା ବାଚସ୍ପତି ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ବର୍ତମାନ M L A ଶ୍ରୀମାନ ପ୍ରଦୀପ କୁମାର ଅମାତ ଗତ ୩୧ ତାରିଖ ଜୁନ ୨୦୧୧ରେ ଉଦଘାଟନ କରିଥିଲେ | କିଛି ଦିନ ଚାଲିଲା ପରେ ଏଵେ ଅଚଳବସ୍ଥାରେ ପଡିଛି | ସ୍ଥାନୀୟ ପ୍ରଶାସନ କି NAC ର କର୍ମକର୍ତା ମାନଙ୍କର ଏହାଉପରେ ଦୃଷ୍ଟି ପଡୁନି |ବସରେ ଯିବା ଆସିବ କରୁଥିବା ଯାତ୍ରୀ ମାନେ ପାଣି ଟିକେ ପିଇବା ପାଇଁ ବହୁତ ଅସୁବିଧା ପାଉଛନ୍ତି | ଏଣୁ ବୌଦ୍ଧ ପ୍ରଶାସନ ଓ ବୌଦ୍ଧ ଜଳ ସମ୍ପଦ ବିଭାଗଙ୍କୁ ଅନୁରୋଧ ଏହି ପ୍ରକଳ୍ପକୁ ପୁନଃ ଚାଲୁ କଲେ ବହୁତ ଦୂର ଦୁରାନ୍ତରୁ ଆସୁଥିବା ବସ ଯାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଜଳ କଷ୍ଟରୁ ମୁକ୍ତି ପାଇବେ |

Welcome to Odisha News24

error: Content is protected !!
%d bloggers like this: