ସାଧାରଣ ଜନତାଙ୍କ ସ୍ୱର

ଫାଇନାଲ ମ୍ୟାଚରେ ୨-୦ ଗୋଲରେ ଆଠମଲ୍ଲିକ ବିଜୟୀ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୮/୦୧): ଆଜି ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପ୍ରଗଳପୁର ତସଲା ପଡିଆ ଠାରେ ବୁଦ୍ଧଦେବ କ୍ଳବ ଦ୍ୱାରା ଆୟୋଜିତ ଦ୍ଵିତୀୟ ବାର୍ଷିକ ଫୁଟବଲ ଖେଳର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଦୁଇ ଦୁଇ ଥର ଖେଳରେ ବିଜୟୀ ହୋଇ ଫୁଲବାଣୀ ଓ ଆଠମଲ୍ଲିକ ଦଳ ମଧ୍ୟରେ ଆଜି ଚିତାକର୍ଷକ ଖେଳ ହୋଇଥିଲା | ଆଠମଲ୍ଲିକ ଦଳ ୨-୦ ଫୁଲବାଣୀ ଦଳ ଠାରୁ ବିଜୟୀ ଲାଭ କରିଥିଲେ | ବିଜୟୀ ଦଳକୁ ମୁଖ୍ୟ ଅତିଥି ହରଭଙ୍ଗା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବିଶ୍ବଜିତ ମିଶ୍ର ଟ୍ରଫି ସହିତ ୫୦୦୦ ଟଙ୍କା ପ୍ରଦାନ କରିଥିଲେ | ଫୁଲବାଣୀ ଦଳକୁ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ନରେଶ ସେଠି ରନର୍ସ ଟ୍ରଫି ସହିତ ୩୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ | ସହ ଆୟୋଜକ ଆରୋଗ୍ୟମ ମେଡିକାଲ ଷ୍ଟୋର ରାମଗଡ ବହୁ ମାତ୍ରାରେ ଏହି ଖେଳକୁ ପ୍ରଥମ ଦିନଠାରୁ ଖେଳର ଶେଷ ଦିନ ପର୍ଯ୍ୟନ୍ତ ସହଯୋଗ କରିଥିଲେ |

Welcome to Odisha News24

%d bloggers like this: