ପ୍ରେମ ପାଇଁ ରକ୍ତ ହୋଲି:୫ ଜଣଙ୍କୁ ହାଣିଲେ ଦୁର୍ବୁତ୍ତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୨/୦୪): ସ୍ଥାନୀୟ ସିଆଳି ଗ୍ରାମରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ରକ୍ତ ବୋହିଛି । ଘରେ ପଶି ଦୁର୍ବୃତ୍ତମାନେ ୫ ଜଣଙ୍କୁ ହାଣିଛନ୍ତି ।

୩ ମହିଳା ସହ ୫ ଜଣଙ୍କୁ ଆକ୍ରମଣ କରାଯାଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ଜଣ ଦୁର୍ବୃତ୍ତ ଘରେ ପଶି ଖଣ୍ଡା ଓ ଟାଙ୍ଗିଆରେ ହାଣିଥିବା ସୂଚନା ମିଳିଛି । ତେବେ ଜଣେ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି । ପ୍ରେମ ବ୍ୟାପାରକୁ ନେଇ ଏଭଳି ଆକ୍ରମଣ କରାଯାଇଥିବା ଜଣାଯାଇଛି । ୨ ମାସ ତଳେ ଗାଁର ଜଣେ ଯୁବକ ଜଣେ ଯୁବତୀଙ୍କୁ ଉଠାଇ ନେଇଥିଲେ । ଆଜି ସମ୍ପୃକ୍ତ ଯୁବତୀଙ୍କ ପରିବାର ଯୁବକଙ୍କ ଘରେ ପଶି ହାଣିଥିବା ସୂଚନା ମିଳିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: