ପ୍ରେମିକ ସହ ଆତ୍ମହତ୍ୟା କଲା ୨୦ ବର୍ଷୀୟା ଯୁବତୀ : ୧୦ ଦିନ ପରେ ହୋଇଥା’ନ୍ତା ଝିଅଟିର ବାହାଘର

ରିପୋର୍ଟ: ଏ.ସତୀଶ //
ନବରଙ୍ଗପୁର (୨୦/୦୪): ୨୦ ବର୍ଷୀୟା ଯୁବତୀ ଓ ତାଙ୍କ ୨୨ ବର୍ଷୀୟ ପ୍ରେମିକଙ୍କ ଏହି ପଦକ୍ଷେପ ଦୁଇ ଦୁଇଟି ପରିବାରରେ ଶୋକର ଛାୟା ଖେଳାଇଦେଇଛି । ନିଜ ବାହାଘର ତିଥିର ୧୦ ଦିନ ପୂର୍ବରୁ ନିଜ ପ୍ରେମିକ ସହ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ । ଏହି ହୃହୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୁର୍ତ୍ତୁମା ଗ୍ରାମରେ ।

ଉମରକୋଟ ଥାନା ଅନ୍ତର୍ଗତ ଏହି ଗାଁ ନିକଟରେ ଏକ ଚାକୁଣ୍ଡା ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ପ୍ରେମୀ ଯୁଗଳ ହେଉଛନ୍ତି ସେହି ଗ୍ରାମର ୨୦ ବର୍ଷୀୟା ସସ୍ମିତା ମାଝୀ ଓ ତାଙ୍କ କଥିତ ପ୍ରେମିକ ୨୨ ବର୍ଷୀୟ ଯୁଜେଷ୍ଟି ଗଣ୍ଡ, ଯାହାଙ୍କ ଘର ସାନକୁମାରୀ ଗ୍ରାମରେ । ଆତ୍ମହତ୍ୟାରେ ସହାୟକ ହୋଇଥିବା ଗଛ ମୂଳରୁ ମିଳିଛି କିଛି କେକ୍ ଓ ତିନୋଟି କୀଟନାଶକ ବୋତଲ । ପ୍ରେମୀ ଯୁଗଳ ନିଜ ବେକରେ ଓଢ଼ଣୀ ଲଗାଇ ଗଛରୁ ଓହଳି ପଡ଼ିବା ପୂର୍ବରୁ କୀଟନାଶକ ପିଇଥିବା ସନ୍ଦେହ କରାଯାଉଛି । ସେହି ସ୍ଥାନ ନିକଟରେ ଯୁବତୀଙ୍କ ଚପଲ ସହ ଏକ ସାଇକେଲ ବି ପଡ଼ିଥିବା ଦେଖିବାକୁ ମିଳିଥିଲା । ଗ୍ରାମ ମୁଖିଆ ତ୍ରିନାଥ ମାଝି କହିଛନ୍ତି ଯେ ସସ୍ମିତାଙ୍କ ବିବାହ ମାର୍ଚ୍ଚ ୨୯ ତାରିଖରେ ହେବାର ଥିଲା ଓ ସେଥି ପାଇଁ ତାଙ୍କ ପରିବାର ସହ ଗ୍ରାମବାସୀମାନେ ଜୋରସୋରରେ ପ୍ରସ୍ତୁତି ଚଳେଇଥିଲେ । ଉମରକୋଟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: