ପ୍ରେମିକା ବାହାଘର ଭାଙ୍ଗିବାକୁ ପ୍ରେମିକ ଶେୟାର କଲା ଅନ୍ତରଙ୍ଗ ମୁହୂର୍ତର ଫଟୋ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, (୦୯/୦୫): ପ୍ରେମରେ ପ୍ରତାରଣା ପାଇବା ପରେ ବିଚଳିତ ହେଲା ପ୍ରେମିକ । ପ୍ରେମିକାକୁ ପାଇବା ଆଶାରେ ତାର ଅନ୍ତରଙ୍ଗ ମୁହୂର୍ତର ଫଟୋ ସେୟାର କରିଛି । ପ୍ରେମିକା ନଣନ୍ଦ ପାଖକୁ ଏହି ଫଟୋ ସେୟାର ହୋଇଥିବା ଜଣାପଡ଼ିଛି । ଏସମ୍ପର୍କରେ ପ୍ରେମିକା ଜାଣିବା ପରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ସମ୍ପୃକ୍ତ ପ୍ରେମିକକୁ ପୁଲିସ ଧରିବା ପାଇଁ ଚଢ଼ାଉ କରିଥିବାବେଳେ ସେ ଏବେ ଫେରାର୍ ରହିଛି ।

ସୂଚନା ଅନୁଯାୟୀ, ନିଆଳି ଅନ୍ଚଳର ରମାକାନ୍ତ ଖୁନ୍ଟିଆ ନାମକ ଜଣେ ଯୁବକ ଲିଙ୍ଗରାଜ ଥାନା ଅଞ୍ଚନ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଗତ ୫ବର୍ଷ ହେବ ପ୍ରେମ ସେମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଆସିଛି । ପରେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା । ହେଲେ କୌଣସି କାରଣରୁ ୬ମାସ ତଳେ ବାହାଘର ଭାଙ୍ଗିଯାଇଥିଲା । ଏହାପରେ ବି ଝିଅ ରମାକାନ୍ତଙ୍କୁ ପ୍ରେମ କରୁଥିଲେ । ପରେ ସମ୍ପୃକ୍ତ ଯୁବତୀଙ୍କ ବିବାହ ଘର ଅନ୍ୟ ଏକ ୃୃୃଠିକ୍ ହୋଇଯାଇଥିଲା । ଏସମ୍ପର୍କରେ ଜାଣିବା ପରେ ରମାକାନ୍ତ ସମ୍ପୃୃକ୍ତ ଯୁବତୀଙ୍କ ନଣନ୍ଦ ସହ ଯୋଗାଯୋଗ କରିଥିଲେ । ତୁମ ଭାଉଜକୁ ମୁଁ ଭଲ ପାଏ । ସେ ମୋ ସ୍ତ୍ରୀ, ତାର ମୋର ଶାରୀରିକ ସମ୍ପର୍କ ଅଛି ବୋଲି ରମାକାନ୍ତ ଦାବି କରିଥଲେ । ହେଲେ ଏଥିରେ ଯୁବତୀଙ୍କ ନଣନ୍ଦ ବିଶ୍ୱାସ କରିନଥିଲେ । ଯାହାଫଳରେ ବିଶ୍ୱାସ ଜନ୍ମାଇବା ପାଇଁ ରମାକାନ୍ତ ତାଙ୍କୁ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ ହ୍ୱାଟ୍ସଆପ୍ରେ ସେୟାର କରିଥିଲେ । ଏହାଦେଖିବା ପରେ ନଣନ୍ଦ ରମାକାନ୍ତଙ୍କ ପ୍ରେମିକାକୁ ଫୋନ୍ କରି ଜଣାଇଥିଲେ । ପରେ ସମ୍ପୃକ୍ତ ଯୁବତୀ ରମାକାନ୍ତକୁ ଫୋନ୍ କରିଥିଲେ । ହେଲେ ତା ନମ୍ବର ସ୍ୱିଚ୍ଅଫ୍ ଆସିଥିଲା । ଶେଷରେ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ବାହାଘର ରବିବାର ଥିବାବେଳେ ପ୍ରେମିକାର ଏଭଳି କାଣ୍ଡ ତାଙ୍କୁ ଏକ ଶକ୍ତ ଧକ୍କା ଦେଇଛି ।

Welcome to Odisha News24

error: Content is protected !!
%d bloggers like this: