ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା, ଲୋକେ ହଇରାଣ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୨୬/୦୪): ସହରରେ ଥିବା ମହାତ୍ମାଗାନ୍ଧୀ ମାର୍ଗ (ରିଂ ରୋଡ) ରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ସକାଳୁ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି | ସକାଳ ୮ଟା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ନିୟମ ଥିବାବେଳେ ୮.୩୦ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା |

ବହୁ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରର ଫାଟକ ସମ୍ମୁଖରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଅପେକ୍ଷା କରି ଶେଷରେ ଫାଟକ ଖୋଲା ନ ଯିବାରୁ ସିଡିଏମଓଙ୍କୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ବିଳମ୍ବରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା | ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜିକୁ ୧୫ ଦିନ ହେବ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ, ସ୍ବାସ୍ଥ୍ୟକର୍ମୀ ମାନଙ୍କ ଜରିଆରେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି | ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ପ୍ରକାର ଅବ୍ୟବସ୍ଥା ଦେଖା ଦେଉଥିବା ଏବଂ କର୍ମଚାରୀମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କରିଛନ୍ତି | ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ପ୍ରଶାସନ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି |

Welcome to Odisha News24

error: Content is protected !!
%d bloggers like this: