ପ୍ରସୂତୀ କରୋନା ପଜିଟିଭ, ହେଲେ ନବଜାତ ଶିଶୁକନ୍ୟା ନେଗେଟିଭ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୩/୦୫): ପ୍ରସୂତୀ କରୋନା ପଜିଟିଭ, ନବଜାତ ଶିଶୁକନ୍ୟା ନେଗେଟିଭ ଚକିତ ହେଲେ ଡାକ୍ତର | ଏଭଳି ଏକ ଘଟଣା ଘଟିଛି ଘାଟି ଗ୍ରାମ ପଞ୍ଚାୟତ କଡ଼ିଗୁଡା ଗାଁର ନାଥ ଗୌଡ଼ଙ୍କ ପତ୍ନୀ ରଇବାରୀ ଗୌଡ଼ (୨୮)ଙ୍କ ପ୍ରସବ ବେଦନା ହେବାରୁ ଗତକାଲି ରାତି ୯ଟା ସମୟରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ପ୍ରଥମେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେଥିରେ ସେ କୋଭିଡ୍ ପଜିଟିଭ ଥିବା ଜଣାପଡିଥିଲା । ପ୍ରସବ ବେଦନାରେ ଛଟପଟ ହେଉଥିବା ରଇବାରୀ କରୋନା ସଂକ୍ରମିତ ହୋଇଥିବାବେଳେ ଅମ୍ଳଜାନ ଅତି ନିମ୍ନ ସ୍ତରରେ ଥିବାହେତୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଥିଲା । ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅନେକ ଜଟିଳ ସମସ୍ୟା ଉପୁଜି ଥିବାରୁ ସର୍ଜରୀର ଆବଶ୍ୟକତା ଥିଲା। ତେବେ ଡାକ୍ତର ରାବଡା ରାମାରାଓ ଏବଂ ଡାକ୍ତର ଧନଞ୍ଜୟ ଦାସଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀଙ୍କ ଆପ୍ରାଣ ପ୍ରଚେଷ୍ଟାରେ ରଇବାରୀଙ୍କ ସାଧାରଣ ପ୍ରସବ କରାଇବାକୁ ସକ୍ଷମ ହୋଇଥିଲେ ଓ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତରୀଦଳ ଚକିତ ହୋଇ ଯାଇଥିଲେ ଓ ସମସ୍ତଙ୍କ ମୁଁହରେ ଖୁସିର ଲହରୀ ଖେଳିଯାଇଥିଲା। କାରଣ ଶିଶୁ କନ୍ୟାଟି ସୁସ୍ଥ ଓ କରୋନା ନେଗେଟିଭ ଥିଲା। ପ୍ରସବ ପୀଡ଼ିତା କରୋନା ସଂକ୍ରମିତ ଥିବା ସତ୍ତ୍ୱେ ତାଙ୍କ ଗର୍ଭରେ ଥିବା ଶିଶୁ କନ୍ୟାକୁ ଛୁଇଁ ପାରିଲା ନାହିଁ କରୋନା। ପ୍ରକୃତରେ ଏହା ଏକ ଆଶୀର୍ବାଦ ଓ ଚମତ୍କାର ପ୍ରସବ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ସଫଳତାର ଶ୍ରେୟ ଡାକ୍ତର ରାଓ ନିଜ କର୍ମଚାରୀଙ୍କୁ ଦେଇଥିଲେ । ଡାକ୍ତରଙ୍କ ଏହି ମହତକାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: