ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଦୁର୍ନିତି, ନିର୍ମାଣର ୩ ବର୍ଷ ପରେ ରାସ୍ତା ପାଲଟିଛି ମରଣ ଯନ୍ତା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୧/୬/୨୧): ବନ୍ଧୁଗାଁ ବ୍ଲକ ସଦରଠାରୁ ମାତ୍ର ଦେଢ କିଲୋମିଟର ଦୁରରେ ଅବସ୍ଥାପିତ ଗୁମୁଡାପୁଟ ଗ୍ରାମ । ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ଗଣମାଧ୍ୟମରେ ପ୍ରକାଶ ପରେ ଉକ୍ତ ରାସ୍ତାକୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ସାମିଲ କରି ଏନବିସିସି ଯରିଆରେ କାର୍ଯ୍ୟ ଆରମ୍ଭ କରାଗଲା । କିନ୍ତୁ ରାସ୍ତାଟି ଅତି ନିମ୍ନମାନର ନିର୍ମାଣ ହେଇଥିବାରୁ ତାହା ବେସି ଦିନ ଗଲା ନାହିଁ । ଫଡାଫଡା ପିଚୁ ବାହାରି ଏବେ ମାଟି ଦିସିଲାଣି ।

ନାରାୟଣପାଟଣା ଠାରୁ ବନ୍ଧୁଗାଁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତା ଠାରୁ ଦେଢ କିଲୋମିଟର ଦୁର ଗୁମୁଡାପୁଟ ଗ୍ରାମକୁ ୨୦୧୮/୧୯ରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏନବିସିସି ଯରିଆରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାର ରାସ୍ତା ନିର୍ମାଣ କରା ଜାଇଥିଲା । କିନ୍ତୁ ରାସ୍ତା ନିର୍ମାଣର ତିନି ବର୍ଷ ନ ପୁରୁଣୁ ରାସ୍ତାରୁ ପିଚୁ ଗୋଡି ଉଭାନ ହୋଇ ଯାଇଥିବା ଏବେ ନଜରକୁ ଆସିଛି । ଦେଢ କିଲୋମିଟର ରାସ୍ତା ସମ୍ପୁର୍ଣ ନଷ୍ଟ ହୋଇ ମାଟି ଦିସିଥିଲା । ଗଣମାଧ୍ୟମରେ ଖବର ପ୍ରସାରିତ ପରେ ଆଉ ଥରେ ସିସି ରାସ୍ତା କଲେ, କିନ୍ତୁ ତାହା ବି ଦୁଇ ବର୍ଷ ନ ପୂରୁଣୁ ରାସ୍ତାର ଅବସ୍ଥା ମରଣ ଜନ୍ତା ପାଲିଟି ଯାଇଛି | ଲୋକେ ଏହି ରାସ୍ତାଦେଇ ତୁରୁକୁ ପେଟା ଗ୍ରାମ ଲୋକେ ଝଞ୍ଜାବତୀ ନଦୀକୁ ନୀତି ଯାଇଥାନ୍ତି ଓ ଏହି ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରିଥାନ୍ତି | ନିମ୍ନମାନର କାମ ହେତୁ ଏଇଭଳି ଘଟିଲା ବୋଲି ଗ୍ରାମବାସି କହିଛନ୍ତି । ଏଥିସହ ପ୍ରତ୍ୟେକ ରାସ୍ତା ନିର୍ମାଣ ହେବା ପୁର୍ବରୁ ପ୍ରଥମେ ଠିକାଦାର ସମେତ କାର୍ଯ୍ୟର ସମ୍ପୁର୍ଣ ବିବରଣି ଲେଖା ଥିବା ଏକ ସାଇନିଙ୍ଗ ବୋର୍ଡ ଲଗାଜାଇଥାଏ ତାହା ମଧ୍ୟ ଏଠି ନାହିଁ । ତେଣୁ ନିଜ କାର୍ଯ୍ୟରେ ଅବହେଳା କରିଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାର ଲାଇସେଂସ୍ ରଦ୍ଧ କରିବାକୁ ଗ୍ରାମବାସି କହିଛନ୍ତି ନଚେତ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଗୁମୁଡାପୁଟ ଗ୍ରାମବାସି ଧମକ ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: