ପ୍ରଥମ ଥର ପାଇଁ ଶହୀଦ ମାଟିରେ ସାଂସଦଙ୍କ ପାଦ ପଡିଲା

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୩/୧୨): ଶହୀଦ ଲଷ୍ମଣ ନାୟକଙ୍କ ପରିବାର ଲୋକଙ୍କୁ ଭେଟିବା ଉଦେଶ୍ୟରେ ଆଜି ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶହୀଦ ମାଟି ତେନ୍ତୁଳୀଗୁମ୍ମା ଠାରେ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ପାଦ ପଡିଲା l ଗୀତ ନାଚ ବାଜା ଉତ୍ସାହ ସହ ଅତିଥିଙ୍କୁ ସ୍ବାଗତ କରି ଗ୍ରାମବାସୀ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା l

ସାଂସଦଙ୍କ ସହ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବଙ୍କା, ବୈପାରୀଗୁଡା ବ୍ଲକ ଉପଧାକ୍ଷ ତିଲୋଚନ ଜେନା, ବରିଷ୍ଠ ନେତା ସାଥୀରମ ନାୟକ ମଧ୍ୟ ଉପସ୍ଥିତ ଥିଲେ l ପ୍ରଥମେ ଅତିଥି ମାନେ ଗାଁ ମୁଣ୍ଡରେ ଥିବା ସମାଧି ଠାରେ ପହଂଚି ବୀର ଲଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ସେଠାରୁ ଶହୀଦଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ସାଂସଦ ଓ ବିଧାୟକ l ପରେ ଗାଁ ମଣ୍ଡପରେ ଆୟାଜିତ ସାଧାରଣ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ରଥମେ ଗ୍ରାମବାସୀଙ୍କ ଠାରୁ ଗାଁ ସମସ୍ୟା ଉପସ୍ଥାପନା କରିବା ପାଇଁ ସୁଯୋଗ ଦିଆଯାଇଥିଲା l ସାଂସଦ ଓ ବିଧାୟକ ଭାଷଣ ମାଧ୍ୟମରେ ଗାଁ ଲୋକଙ୍କ ପାଇଁ ନେଟୱାର୍କ, ବସସେବା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସଂଗ୍ରାଳୟ, ସଭା ମଣ୍ଡପ ନିର୍ମାଣ, ହାଇସ୍କୁଲ ସ୍ଥାପନ,ବ୍ୟାଙ୍କ ବ୍ୟବସ୍ଥା, ଆଦି ସମସ୍ୟାକୁ ଅତିଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦଇଥିଲେ l ଶାବେରୀ ନଦୀ ଘାଟକୁ ଯାଇ ସ୍ଥିତ ଅନୁଧ୍ୟାନ କରିଥିବା ବେଳେ ଅତି ଶୀଘ୍ର ବ୍ରିଜ କରାଯିବ ଏବଂ ଗାଁ ଲୋକଙ୍କ ସମସ୍ୟା ସମାଧାନ ହେବ ବୋଲି ପ୍ରକାଶ କରିଥିଲେ ନବରଙ୍ଗପୁର ସାଂସଦ ରମେଶ ମଝି l

Welcome to Odisha News24

error: Content is protected !!
%d bloggers like this: