ପୌରପାଳିକା ପକ୍ଷରୁ ଚତ୍ରଭଟ ଓ ଇନ୍ଦ୍ରାବତୀ ଶ୍ୱଶାନରେ ସୌରଚାଲିତ ଆଲୋକର ବ୍ୟବସ୍ଥା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୨/୦୫): ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ, ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ନବରଙ୍ଗପୁର ପୋୖର ପରିଷଦର ନିର୍ବାହି ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସ୍ଥାନୀୟ ଇନ୍ଦ୍ରାବତୀ ଏବଂ ସହରର ମଧ୍ୟ ଭାଗରେ ଥିବା ଛତ୍ରଭଟ ଶ୍ୱଶାନରେ ଗୋଟିଏ ଲେଖାଏଁ ସ୍ୱୟଂଚାଳିତ ସୌରଶକ୍ତି ଚାଳିତ ଆଲୋକର ବ୍ୟବସ୍ଥା କରିଛନ୍ତି ।

ପ୍ରକାଶ ଥାଉକି, କିଛିଦିନ ତଳେ ନିଜେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଛତ୍ରଭଟ ଶ୍ୱଶାନକୁ ସଫା କରୁଥିବା ନଜରକୁ ଆସିଥିଲା । ନବରଙ୍ଗପୁର ପୋୖର ଅଧିକାରୀ ଙ୍କ ଏହି ଭଳି ଉନ୍ନୟନ କାର୍ଯ୍ୟକୁ ଜନସାଧାରଣ ଭୁରିୟସୀ ପ୍ରଶଂସା କରିବା ସହିତ ଆଗକୁ ମଧ୍ୟ ଉନ୍ନୟନ କାର୍ଯ୍ୟ ଜାରି ରହିବ ବୋଲି ଆଶା ବାନ୍ଧିଛନ୍ତି । ସହରର ସ୍ବେଚ୍ଛାସେବୀ ସୀମାଞ୍ଚଳ ରଥ, ଅଜୟ ପଟନାୟକ, କାହ୍ନୁ ଦାଶ, ରାକେଶ ଗୁପ୍ତା, ମୁନା ମାଝୀ, ଆଦିତ୍ୟ ତ୍ରିପାଠୀ, ସୀତାରାମ ଡଙ୍ଗରି, ବୁଡୁ ମହାପାତ୍ର, କାଳିକିଙ୍କର ପଟ୍ଟନାୟକ, ଫାଲଗୁନି ପାତ୍ର, ଆଇନଜୀବୀ ପ୍ରଫୁଲ୍ଲ ସିଂ, କିଶୋର ପଟ୍ଟନାୟକ, ଏ .ସତିଶ ,ପ୍ରଦୀପ କୁମାର ସାହୁ, ପ୍ରମୁଖ ପାଚେରୀ ନିର୍ମାଣ, ଭଲ ଗେଟ, ଆଲୋକିତ କରଣ, ସୌନ୍ଦର୍ଯ୍ୟ କରଣ, ବୃକ୍ଷ ରୋପଣ, ବିଶ୍ରାମ ଗୃହ,ଗାଧୁଆ ଘର ଏବଂ ଶବ ସତ୍କାର କାଠ ରଖିବା ପାଇଁ ଏକ ଗୋଦାମ ଗୃହର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: