ପୌରପାଳିକାର ‘ ସ୍ବଚ୍ଛ ଚର୍ଚ୍ଚା ଦିବସ ‘ ପାଳିତ

ୱେବ ରିପୋର୍ଟର : ଏ.ସତୀଶ //
ନବରଙ୍ଗପୁର (୨୧/୦୧): ନବରଙ୍ଗପୁର ପୌରପାଳିକା ତରଫରୁ ସ୍ଥାନୀୟ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ରମାକାନ୍ତ ନାୟକ ଯୋଗ ଦେଇ ନବରଙ୍ଗପୁର ସହରକୁ ସ୍ବଚ୍ଛ ରଖିବା ପାଇଁ ଖସଡ଼ା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱରୋପ କରିଥିଲେ ।

ପୌରାଞ୍ଚଳ ର ସମସ୍ତ ୱାର୍ଡ ର ସାହି ଗୁଡିକରେ ବ୍ୟାଟେରୀ ଚାଳିତ ଟ୍ରଲି ଗାଡ଼ି ବୁଲି ଘରୁ ଘରୁ ମଇଳା ସଂଗ୍ରହ କରାଯିବ ଯିବ ବୋଲି ପି ଡି ଶ୍ରୀ ନାୟକ କହିଥିଲେ । ସହର ଏହି ଗାଡ଼ି ମାଧ୍ୟମରେ ମାଇକ ଦ୍ୱାରା ସଚେତନତା ସୃଷ୍ଟି କରାଯିବ । ବ୍ୟାଟେରୀ ଚାଳିତ ଗାଡି ଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବ ବୋଲି ସୂଚନା ଦିଆ ଯାଇଛି । ସହରରେ ରାତି ରେ ସବୁ ଦୋକାନ ବଜାର ବନ୍ଦ କରିବା ସମୟରେ ଏହି ଗାଡ଼ି ଗୁଡିକ ବୁଲି ବୁଲି ମହିଳା ସଂଗ୍ରହ କରିବେ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ମାସ ୨୦ ତାରିଖରେ ଏହି କାର୍ଯ୍ୟଗୁଡ଼ିକ ର ସମୀକ୍ଷା କରାଯାଇ ତ୍ଵରାନିତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ପଳିକା କର୍ମଚାରୀ ଜ୍ୟୋତି ପରିଚ୍ଛା , ଟୁନା ଦାସ ସହ ସମସ୍ତ ସ୍ବଚ୍ଛ ସାଥି ସୁପରଭାଇଜର , ପୌରାଞ୍ଚଳର ସମସ୍ତ ଏସ ଏଚ୍ ଜି ଗ୍ରୁପ୍ , ସାନିଟାରୀ କର୍ମଚାରୀ ସମେତ ପୌରପାଳିକାର ବହୁ କର୍ମଚାରୀ ଯୋଗ ଦେଇଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: