ପୋଲିସ ବୋଲି ପରିଚୟ ଦେଇ ଲୁଟ ମାମଲା ବଢିଚାଲିଥିବା ବେଳେ ଟେର ପାଉନି ପୋଲିସ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୨୦-୦୫): ସିଭିଲ ଡ୍ରେସ ରେ ପୋଲିସ ହଠାତ ପହଞ୍ଚି କୋଭିଡ-୧୯ ନିୟମ କଣ ତତେ ଜଣା ଅଛି ? ଥାନା କୁ ଚାଲ କହି କଲର ଧରି ପକେଟରୁ ଟଙ୍କା ଓ ମୋବାଇଲ ବାହାର କରି ନେଇ ଫେରାର ହୋଇଯିବା ଘଟଣା ନୀତିଦିନ ଘଟିଚାଲିଛି । ଟିଟିଲାଗଡ ସହର ରେ ଏପରି ବିଭିନ୍ନ ସ୍ଥାନରେ ନିଜକୁ ପୋଲିସ ବୋଲି କହି ଏପରି ଲୁଟ ନିୟମିତ ଘଟିଚାଲିଥିବା ବେଳେ ଏପରି ଉପାୟ ଉକ୍ତ ଅଭିଯୁକ୍ତଙ୍କୁ ବେଶ ସହଜ ପାଲଟି ଥିବା ବେଳେ ପୋଲିସ ଅଭିଯୁକ୍ତ ଙ୍କ ଟେର ପାଇ ପାରୁନି ।

ଇତି ମଧ୍ୟରେ ସହରରେ ପ୍ରାୟ ଛଅ ଗୋଟି ମାମଲା ନେଇ ଅଭିଯୋଗ ହୋଇ ଥିବା ବେଳେ ଅନେକ ମାମଲା ନେଇ ଲୁଟ ର ଶିକାର ହୋଇ ଥାନା ରେ ଏତଲା ଦେଉ ନ ଥିବା ଜଣାଯାଇଛି । କିଛି ଦୁର୍ବୃତ ମିଳିତ ଭାବେ ମାସ୍କ ବ୍ୟବହାର କରି ଦୁଇ ଚକିଆ ତଥା ଚାରିଚାକିଆ ଗାଡି ରେ ବୁଲି ସହର ତଥା ଆଖ ପାଖ ଅଞ୍ଚଳ ବୁଲି ଏପରି ଲୁଟ କରି ଫେରାର ହୋଇଯାଉଥିବା ସହ କୋଭିଡ-୧୯ ନିୟମ ଭଙ୍ଗ କରିବା ଆଳରେ ଫାଇନ ଆଳରେ ଟଙ୍କା ଆଦାୟ କରିବା ଘଟଣା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ପୋଲିସ ବୋଲି ନିଜ କୁ ପରିଚୟ ଦେଇ ଏଭଳି ଘଟଣା ଘଟିଚଳିଥିବା ବେଳେ ଅସଲି ନାଁ ନକଲି ସାଧାରଣ ଜାଣିବେ କିପରି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଦୁର୍ବୃତ ଙ୍କ ଏଭଳି ଉପାୟ ରେ ପୋଲିସ ଦର୍ଶାଇ ଲୁଟ କରି ଚାଲିଥିବା ବେଳେ ଯଦି ପୋଲିସ ତାଙ୍କ ଟେର ପାଇ ପାରୁନି ଲୋକେ କିଭଳି ପୋଲିସ ଉପରେ ଆସ୍ଥା ରଖି ଆସ୍ଥା ଭାଜନ ହେବେ ସେ ନେଇ ସାଧାରଣ ରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି । ସହର ରେ ଏ ନେଇ ଚର୍ଚ୍ଚା ଜୋର ଧରିଥିବା ଓ ଏଭଳି ମାମଲା ନିୟମିତ ଘଟିବା ନେଇ ବିଭଗୀୟ ମୁଖ୍ୟ ଅଧିକାରୀ ଯଥାଶୀଘ୍ର ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ପ୍ରକାଶ ଯେ ଟିଟିଲାଗଡ ହାଟପଦା ପଡା ରେ ପୁର୍ନସିଂ ବାବୁ ନାମକ ଜଣେ ବ୍ୟକ୍ତି ଙ୍କ ନିକଟ ରୁ ଜଣେ ବ୍ୟକ୍ତି ବାଇକ ରେ ଆସି ସାତ ହଜାର ଟଙ୍କା ସହ ତାଙ୍କ ମୋବାଇଲ ନେଇ ଫେରାର ହୋଇଯିବା ନେଇ ଅଭିଯୁକ୍ତ ର ଟେର ପୋଲିସ ପାଇ ପାରୁ ନ ଥିବା ବେଳେ ଉକ୍ତ ହାଟପଦା ପଡା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏ ଟି ଏମ ନିକଟରେ ଅନୁରୂପ ଭାବେ ଜଣେ ଦମ୍ପତି,ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା, କର୍ପୋରେସନ ବ୍ୟାଙ୍କ ଏ ଟି ଏମ ନିକଟରେ ଏଭଳି ଲୁଟ ହୋଇଛି । ଏହି ବ୍ୟାଙ୍କ ଏ ଟି ଏମ ନିକଟରେ ଏଭଳି ଲୁଟ ହୋଇଥିବା ବେଳେ ଉକ୍ତ ସି ସି ଟି ଭି ଫୁଟେଜ ଜରୀଆରେ ପୋଲିସ ଅଭିଯୁକ୍ତ ଙ୍କୁ ଠାବ କରିପାରିବ । ଏ ନେଇ ଯଥାଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି ।

Welcome to Odisha News24

error: Content is protected !!
%d bloggers like this: