ପୋଲିସ ପୋଷାକରେ ପୋଲିସ ଲେଖା କାରରେ କରୁଥିଲେ ଗଞ୍ଜେଇ ଚାଲାଣ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୦-୦୧): ଅଭିନବ ଉପାୟରେ ଏକ ଇନୋଭା କାରରେ ଗଞ୍ଜେଇ ଚାଲାଣ କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ। ପୋଲିସ କାର ସହ ସେମାନଙ୍କ ଠାରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଖରିଫା (୨୪), ରାଜୀବ କୁମାର (୨୬) ଓ ଆକାଶ କୁମାର(୨୬)। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିହାରର ପାଟଣା ଜିଲ୍ଲାର ମଉଜିପୁର ଓ ସରିସ୍ତାବାଦ ଗାଁର। ଅନ୍ୟ ଜଣେ ମୁଜାଫରପୁର ଜିଲ୍ଲାର ମୁଜାଫରନଗର ଗାଁର ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୨ଟା ବେଳେ ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ୍ ଖଡ଼ିକାଝୁଡ଼ି ନିକଟରେ ଜଗି ରହିଥିଲା। ଏହି ସମୟରେ ପୋଲିସ ଲେଖାଥିବା ଏକ ଇନୋଭା କାରରର ପୋଲିସ ଡ୍ରେସରେ ୩ ଯୁବକ ବସିଥିଲେ। ଗାଡ଼ିଟିକୁ ସେଠାରେ ଜଗି ରହିଥିବା ପୁଲିସ୍ କର୍ମଚାରୀମାନେ ଅଟକାଇଥିଲେ। ପରିଚୟ ମାଗିବାରୁ ଇନୋଭାରେ ବସିଥିବା ତିନି ଯୁବକ ନିଜକୁ ପୁଲିସ୍ ବୋଲି ପରିଚୟ ଦେବା ସହିତ ସେମାନେ ବିହାରର ବୋଲି କହିଥିଲେ। ଗାଡ଼ିରେ ଲାଗିଥିବା ଓଡ଼ିଶାର ନମ୍ବର ପ୍ଲେଟ୍‌ ଦେଖି ପୁଲିସର ସନ୍ଦେହ ବଢିଥିଲା । ଏହା ଦେଖି ବାଲିମେଳା ପୁଲିସ୍ ଗାଡ଼ିଟିକୁ ଯାଞ୍ଚ କରିବାକୁ ଗାଡ଼ି ଭିତରୁ ବାହାରିଥିଲା ୧ କ୍ୱିଣ୍ଟାଲ୍ ଗଞ୍ଜେଇ। ସେମାନେ ନାକାମାମୁଡ଼ି ଅଞ୍ଚଳରୁ ଗଞ୍ଜେଇ ନେଇ ନିଜ ବିହାର ଯାଉଥିଲେ ବୋଲି ମାନିଛନ୍ତି ।ଗାଡ଼ିରେ ଫେକ ନମ୍ବର ପ୍ଲେଟ୍‌ (ଓଡି ୩୩ ବି ୩୬୭୬) ଲଗାଯାଇଥିଲା। କିନ୍ତୁ ଗାଡିଟିର ଅସଲି ନମ୍ବର ଡିଏଲ ୪ସି ଏଇ ୭୫୬୦ ବୋଲି ଜଣାପଡ଼ିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: