ପୋଲିସର କୂମ୍ବିଂ ଅପରେସନ ଜାରି, ମାଓବାଦୀଙ୍କ ଛତ୍ରଭଙ୍ଗ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୨୦-୧୨): କନ୍ଧମାଳରେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ହେବା ସହିତ ବିପୁଳ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁଇ ଦିନ ଧରି ଚାଲିଥିବା ଅପରେସନ ପରେ ଜବତ ସାମଗ୍ରୀକୁ ନେଇ ପୋଲିସ ବିଭାଗ ପକ୍ଷରୁ ପ୍ରେସ ମିଟ କରାଯାଇ ସୂଚନା ପ୍ରଦାନ କରାଯାଇଛି ।

ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି ଯେ ନକ୍ସଲ ଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୫ ତାରିଖ ସନ୍ଧ୍ୟାରେ ଏସଓଜି ଏବଂ ଡିଭିଏଫ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିଲା । କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଅନ୍ତର୍ଗତ ବିରେଣୀ ଗ୍ରାମରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ମାଓବାଦୀଙ୍କ ସହିତ ପୋଲିସର ଏନକାଉଣ୍ଟର ଦୁଇ ଦିନ ଧରି ଚାଲିଥିଲା । ମାଓବାଦୀ ମାନେ ଏନକାଉଣ୍ଟର ସମୟରେ ଭଲ ସ୍ଥାନରେ ରହିଥିବା କାରଣରୁ ପୋଲିସକୁ ଏହି ଅପରେସନରେ ଅନେକ କଠିନ ପରସ୍ଥିତିର ସାମ୍ନା କରିବାକୁ ପଡିଥିଲା । ତେବେ ପୋଲିସ ଉପଯୁକ୍ତ ରଣନୀତି ସହିତ ନିଜକୁ ବଞ୍ଚାଇ ପ୍ରତି ଆକ୍ରମଣ କରିଥିଲା । ପୋଲିସର ପ୍ରତି ଆକ୍ରମଣରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ କ୍ୟାମ୍ପରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲା । ଏହା ସହିତ ଏକ ଟ୍ରାନ୍ସମିଟର ରେଡିଓ, ଔଷଧ, କପଡା ଏବଂ ରାସନ ସାମଗ୍ରୀ ମଧ୍ୟ ଜବତ କରିଥିଲା । ସେହିପରି ଏହି ଆକ୍ରମଣ ସହିତ ସମ୍ପୃକ୍ତି ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିଛି । ଉକ୍ତ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ନେଇ ଯାଞ୍ଚ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: